ETV Bharat / city

ନବୀନଙ୍କୁ ଜନ୍ମଦିନ ଉପହାର: ଜୀବନ ବିନ୍ଦୁରେ 3 ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ

author img

By

Published : Oct 16, 2019, 3:32 PM IST

ଜନ୍ମଦିନ ପାଳିଲେ ନାହିଁ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳୀୟ କର୍ମୀ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ 3 ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟର ରକ୍ତ ସଂଗ୍ରହ ।

Naveen@74

ଭୁବନେଶ୍ବର: ଜନ୍ମଦିନ ପାଳନ କଲେ ନାହିଁ କି କୌଣସି କାର୍ଯ୍ୟକ୍ରମରେ ଯୋଗଦେଲେ ନାହିଁ । ଏପରିକି କୌଣସି ଦଳୀୟ କର୍ମୀଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଲାନାହି ଁ । ଚଳିତ ଥର ଜନ୍ମଦିନ ନ ମନାଇବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳୀୟ କର୍ମୀ । କେଉଁଠି ଅସହାୟଙ୍କୁ ଫଳ ବାଣ୍ଟି ତ କେଉଁଠି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ 3 ଲକ୍ଷରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ କରି ବିଜେଡି ସୁପ୍ରିମୋଙ୍କୁ ଦେଇଛନ୍ତି ଜନ୍ମଦିନ ଭେଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, 74 ବର୍ଷରେ ପଦାପର୍ଣ କଲେ ନବୀନ 'ଫନି'ର ବ୍ୟାପକ କ୍ଷୟକ୍ଷତି ଯୋଗୁଁ ଜନ୍ମଦିନ ନମନାଇବାକୁ ଘୋଷାଣା କରିଥିଲେ । ଏଥିସହ ନେତା ଓ କର୍ମୀଙ୍କୁ ଭିନ୍ନକ୍ଷମ ସ୍କୁଲ ଓ ଅନାଥ ଆଶ୍ରମରେ ଯାଇ ସେମାନଙ୍କ ସହିତ ଖୁସିବାଣ୍ଟିବାକୁ କହିଥିଲେ । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀଙ୍କ ଏହି ମାନସ ସନ୍ତାନ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଖସଡା ପ୍ରସ୍ତୁତ କରିଛି ଦଳ । ରାଜ୍ୟର 59ଟି ରକ୍ତ ବ୍ୟାଙ୍କରେ ଯେତିକି କ୍ଷମତା ରହିଛି ସମସ୍ତ ପୂରଣ କରିବା ଉଦ୍ଦେଶ୍ୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଗୋଟିଏ ଦିନରେ ସର୍ବାଧିକ 10 ହଜାର ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ ଅପେକ୍ଷାରେ ରହିଛି ଦଳ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସମସ୍ତଙ୍କୁ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦଳ 3 ଲକ୍ଷ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ସାରିଛି । ଏନେଇ ଦଳୀୟ କାର୍ଯଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଅକ୍ଟୋବର 16 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। 74 ବର୍ଷରେ ପଦାର୍ପଣ କଲେ ନବୀନ। ବ୍ୟକ୍ତିଗତ ଭାବରେ କୌଣସି କାର୍ଯ୍ୟକ୍ରମ କଲେ ନାହିଁ, କି କେଉଁଥିରେ ସାମିଲ ହୋଇ ନଥିଲେ। ଫନି ବିଭୀଷିକା ପାଇଁ ସେ ନିରାଡ଼ମ୍ବର ଭାବେ ଜନ୍ମଫିବସ ପାଳନ କରିଛନ୍ତି। ତେବେ ନେତା ଓ କର୍ମୀଙ୍କୁ ନବୀନ ନିବାସ ନ ଆସି ଭିନ୍ନକ୍ଷମ ସ୍କୁଲ ଓ ଅନାଥାଶ୍ରମ ଯାଇ ସେମାନଙ୍କ ସହିତ ଖୁସି ବାଣ୍ଟିବାକୁ କହିଛନ୍ତି।

ତେବେ ଦଳ କିନ୍ତୁ ଏହି ଦିନ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ମାନସ ସନ୍ତାନ କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେନେଇ ଖସଡ଼ା ପ୍ରସ୍ତୁତ କରିଛି ଦଳ। ରାଜ୍ୟର ସବୁ 59ଟି ବ୍ଲଡ଼ ବ୍ୟାଙ୍କରେ ଯେତିକି କ୍ଷମତା ରହିଛି ସବୁ ପୂରଣ କରିବା ଉଦ୍ଦେଶ୍ୟ ନେଇ ସବୁଆଡେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୋଟ କ୍ଷମତା ପାଖାପାଖି 10 ହଜାର ୟୁନିଟ ରହିଛି। ଗୋଟିଏ ଦିନରେ ସର୍ବଧିକ 10 ହଜାର ୟୁନିଟ ବ୍ଲଡ଼ ସଂଗ୍ରହ କରି ରେକର୍ଡ ଅପେକ୍ଷାରେ ରହିଛି ଦଳ। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସମସ୍ତଙ୍କୁ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳ 3 ଲକ୍ଷ ୟୁନିଟ ରୁ ଅଧିକ ବ୍ଲଡ଼ ସଂଗ୍ରହ କରି ସାରିଛି। ଏନେଇ ଦଳୀୟ କାର୍ଯଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି।

Body:ବାଇଟ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ବାଇଟ ଦେବାଶିଷ ସାମନ୍ତରାୟ, ମୁଖ୍ୟ ସଂଯୋଜକ, ଜୀବନ ବିନ୍ଦୁ
ବାଇଟ ଅଶୋକ ପଣ୍ଡା, ଭିନ୍ନକ୍ଷମ ମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.