ETV Bharat / city

ମର୍ଣ୍ଣିଂୱାକ ବେଳେ ବ୍ରାଉନ ସୁଗାର ବେପାରୀକୁ ମାଡିବସିଲା ପୋଲିସ, ୨୫ ଲକ୍ଷର ଜହର ଜବତ - brown sugar peddler arrested

ରାଜଧାନୀର ଜନବସତି ଅଞ୍ଚଳକୁ ବର୍ତ୍ତମାନ ଟାର୍ଗେଟ କରୁଛନ୍ତି ବ୍ରାଉନ ସୁଗାର ବ୍ୟବସାୟୀ । ଆଜି ମୋଟ

ଜନବସତି ଅଞ୍ଚଳରେ ବ୍ରାଉନ ସୁଗାର ବେପାର, ଧରା ପଡ଼ିଲେ ୩ ବେପାରୀ

author img

By

Published : Nov 15, 2021, 10:21 PM IST

ଭୁବନେଶ୍ବର: ରାଜଧାନୀର ଜନବସତି ଅଞ୍ଚଳକୁ ବର୍ତ୍ତମାନ ଟାର୍ଗେଟ କରୁଛନ୍ତି ବ୍ରାଉନ ସୁଗାର ବ୍ୟବସାୟୀ । ଆଜି(ସୋମବାର) ଏଭଳି ସ୍ଥାନରେ ଚଢ଼ାଉ କରି QAT(Quick Action Team) ବିପୁଳ ମାତ୍ରାରେ ବ୍ରାଉନ ସୁଗାର ଜବତ କରିଛି । ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି କମିଶନରେଟ ପୋଲିସର QAT ଟିମ ।

ଜନବସତି ଅଞ୍ଚଳରେ ବ୍ରାଉନ ସୁଗାର ବେପାର, ଧରା ପଡ଼ିଲେ ୩ ବେପାରୀ

ଭୁବନେଶ୍ବରର ସନ୍ତୋଷୀ ବିହାରରେ ୨୬୦ ଗ୍ରାମର‌ ବ୍ରାଉନ ସୁଗାର ଡିଲ‌୍‌ ବେଳେ ଆଜି ଧରାପଡ଼ିଛି ପେଡଲର । ଗିରଫ ଅଭିଯୁକ୍ତର ନାମ ଖିରୋଦ କୁମାର‌ ସାହୁ ବୋଲି ଜଣା ପଡ଼ିଛି । ପୋଲିସ ଖିରୋଦ ନିକଟରୁ ୫ ହଜାର ୭ଶହ ଟଙ୍କା ମଧ୍ୟ ଜବତ କରିଛି ।

ବେପାର‌ ବଢାଇବାକୁ ଏବେ ଜନବସତି ଅଞ୍ଚଳକୁ ବାଛିଛନ୍ତି ଡ୍ରଗ୍‌ସ ପେଡଲର୍‌ । ପୋଲିସ ସଦେହରୁ ବର୍ତ୍ତିବାକୁ ଏହି ବାଟକୁ ଆପଣାଇ ନେଇଛନ୍ତି ବ୍ରାଉନ ସୁଗାର ବେପାରୀ । ସନ୍ତୋଷୀ ବିହାରରେ ଗାଗୁ ଭାଇନା ନାରେ ପରିଚିତ ଥିଲା ଖିରୋଦ । ପାଖ ଅଞ୍ଚଳରେ ବି ବେଶ୍‌ ପରିଚିତ ଥିଲା ।

ଏହି ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ନେଇ ସୂଚନା ପାଇଥିଲା ପୋଲିସ । ଆଜି ବ୍ରାଉନ ସୁଗାର ବେପାରୀଙ୍କୁ ଧରିବା ପାଇଁ ପୋଲିସ ଏହି ଅଞ୍ଚଳରେ ସାଦା ପୋଷାକରେ ମର୍ଣ୍ଣିଂ ୱାକ୍‌ କରିଥିଲା । ଗାଗୁ ନିତିଦିନ ପରି ଫୁଲ ତୋଳିବା ବାହାନାରେ ବାହାରି ଏହି ସ୍ଥାନରେ କିଛି ପିଲାଙ୍କୁ ଭେଟିଥିଲା । ଏହି ସମୟରେ ଲକ୍ଷ୍ମୀସାଗର ପୋଲିସ ତାକୁ ମାଡ଼ି ବସିଥିଲା । ଏହାପରେ ତାଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହାର ଆନୁମାନିକ ବଜାର‌ମୁଲ୍ୟ ୨୬ଲକ୍ଷ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛି ।

ସେହିଭଳି ବାଲିଅନ୍ତା ଅଞ୍ଚଳରୁ 300 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି QAT । ତାସହ ଏକ ପ୍ରେସ୍‌ ଲେଖାଥିବା କାର୍‌ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବାଲେଶ୍ୱର ଅଞ୍ଚଳର ବ୍ରାଉନ ସୁଗାର ବେପାରୀ । ଆଉ ଜଣେ ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିର ବୋଲି ଜଣାପଡ଼ିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.