ETV Bharat / city

ନୃତ୍ୟାୟନରେ ନିଜ ନୃତ୍ୟର ପରାକାଷ୍ଠା ଦେଖାଇଲେ ଛାତ୍ରଛାତ୍ରୀ

ଓଡ଼ିଶୀର ସୃଷ୍ଟି ଓଡ଼ିଶାରେ ହୋଇଥିବା ସ୍ଥଳେ ଧୀରେ ଧୀରେ ଏହାର ପ୍ରଚାର ଓ ପ୍ରସାର ହ୍ରାସ ପାଉଥିବାବେଳେ ଏହାକୁ ଆଗକୁ ନେବାକୁ ନିଜର ଛୋଟ ପ୍ରଚେଷ୍ଟା ଆରମ୍ଭ କରିଥିବା କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ସୁନିତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 15, 2019, 7:39 AM IST

ଭୁବନେଶ୍ବର: ଯାଦେବୀ ସର୍ବଭୂତେଷୁ ମନ୍ତ୍ରର ତାଳେ ତାଳେ ନିଜ ନୃତ୍ୟରେ ଦେବୀଙ୍କ ବନ୍ଦନା କରିବା ସହିତ ବର୍ଷ ବର୍ଷ ଧରି ଗୁରୁଙ୍କ ଠାରୁ ଗ୍ରହଣ କରିଥିବା ଶିକ୍ଷାର ସୁନ୍ଦର ପ୍ରଦର୍ଶନ କରିଛନ୍ତି କଳାକାର । ଯାହାକୁ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ହୋଇଥିଲା ଦ୍ଵିତୀୟ ବାର୍ଷିକ ଉତ୍ସବ । ଯେଉଁଥିରେ କୁନି କୁନି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ପିଲାଯାଏ ଏମିତିକି ସେମାନଙ୍କ ମା ମାନେ ମଧ୍ୟ ଏହି ଅବସରରେ ନିଜର ନୃତ୍ୟ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଗୁରୁ ସୁନିତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉଭୟ ଓଡିଶୀ, ମାହାରୀ ଓ ସମ୍ବଲପୁରୀ ଲୋକନୃତ୍ୟକୁ ପାଖାପାଖି 70ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ଆୟୋଜିତ ଉତ୍ସବରେ ନୃତ୍ୟଗୁରୁ ଶରତ ଚନ୍ଦ୍ର ଦାସ, ସୁହାଗ ନଳିନୀ ଦାସ, ଏସିପି ବିଷ୍ଣୁ ମୋହନ ପାତ୍ର, ସସ୍ମିତା ଦାସ, ଯୁବ ସାହିତ୍ୟିକ ସାରଦା ପ୍ରସାଦ ମହାପାତ୍ର ଏବଂ ଓଡିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହାସହ 5ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନୃତ୍ୟାୟନା ଗୌରବ 2019 ସମ୍ମାନରେ ସମ୍ମାନିତ କରିଥିଲେ । ଓଡ଼ିଶୀର ସୃଷ୍ଟି ଓଡ଼ିଶାରେ ହୋଇଥିବା ସ୍ଥଳେ ଧୀରେ ଧୀରେ ଏହାର ପ୍ରଚାର ଓ ପ୍ରସାର ହ୍ରାସ ପାଉଥିବାବେଳେ ଏହାକୁ ଆଗକୁ ନେବାକୁ ନିଜର ଛୋଟ ପ୍ରଚେଷ୍ଟା ଆରମ୍ଭ କରିଥିବା କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ସୁନିତା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଯାଦେବୀ ସର୍ବଭୂତେଷୁ ମନ୍ତ୍ର ର ତାଳେ ତାଳେ ନିଜ ନୃତ୍ୟରେ ଦେବୀଙ୍କ ବନ୍ଦନା କରିବା ସହିତ ବର୍ଷ ବର୍ଷ ଧରି ଗୁରୁଙ୍କ ଠାରୁ ଗ୍ରହଣ କରିଥିବା ଶିକ୍ଷାର ସୁନ୍ଦର ପ୍ରଦର୍ଶନ କରିଛନ୍ତି କଳାକାର।ଯାହାକୁ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।
Body:ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ହୋଇଥିଲା ଦ୍ଵିତୀୟ ବାର୍ଷିକ ଉତ୍ସବ।ଯେଉଁଥିରେ କୁନି କୁନି ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବଡ଼ ପିଲାଯାଏ ଏମିତିକି ସେମାନଙ୍କ ମା ମାନେ ମଧ୍ୟ ଏହି ଅବସରରେ ନିଜର ନୃତ୍ୟ ପ୍ରତିଭାର ପ୍ରଦର୍ଶନ କରିଛନ୍ତି।ଗୁରୁ ସୁନିତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉଭୟ ଓଡିଶୀ,ମାହାରୀ ଓ ସମ୍ବଲପୁରୀ ଲୋକନୃତ୍ୟ ପାଖାପାଖି 70 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶନ କରିଛନ୍ତି।
ଏହି ଅବସରରେ ଆୟୋଜିୟ ଉତ୍ସବରେ ନୃତ୍ୟଗୁରୁ ଶରତ ଚନ୍ଦ୍ର ଦାସ,ସୁହାଗ ନଳିନୀ ଦାସ,ଏସିପି ବିଷ୍ଣୁ ମୋହନ ପାତ୍ର,ସସ୍ମିତା ଦାସ,ଯୁବ ସାହିତ୍ୟିକ ସାରଦା ପ୍ରସାଦ ମହାପାତ୍ର ଏବଂ ଓଡିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ପ୍ରମୁଖ ଅତିଥିଭାବେ ଯୋଗ ଦେବା ସହିତ 5ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନୃତ୍ୟାୟନା ଗୌରବ 2019 ସମ୍ମାନ ରେ ସମ୍ମାନିତ କରିଥିଲେ।ଓଡ଼ିଶୀର ସୃଷ୍ଟି ଓଡ଼ିଶାରେ ହୋଇଥିବା ସ୍ଥଳେ ଧୀରେ ଧୀରେ ଏହାର ପ୍ରଚାର ଓ ପ୍ରସାର ହ୍ରାସ ପାଉଥିବା ବେଳେ ଏହାକୁ ଆଗକୁ ନେବାକୁ ନିଜର ଛୋଟ ପ୍ରଚେଷ୍ଟା ଆରମ୍ଭ କରିଥିବା କହିଛନ୍ତି ଅନୁଷ୍ଠାନ ର ଅଧକ୍ଷ୍ୟା ସୁନିତା।
ବାଇଟ-ସୁନିତା ମହାରଣାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.