ETV Bharat / city

ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ ସର୍ବାଧିକ 2993 ପଜିଟିଭ ଚିହ୍ନଟ

author img

By

Published : Aug 23, 2020, 11:52 AM IST

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ସର୍ବାଧିକ 2993 ପଜିଟିଭ ଚିହ୍ନଟ । ସଂକ୍ରମଣରେ ଆଗରେ ରହିଛି ଖୋର୍ଦ୍ଧା । ଅଧିକ ପଢନ୍ତୁ.....

state corona update
ରେକର୍ଡ ଭାଙ୍ଗିଲା କୋରୋନା ,ଦିନକରେ ସର୍ବାଧିକ 2993 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା । ଦିନକରେ 30 ଜିଲ୍ଲାରୁ 2993 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ତ ବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ ସଂକ୍ରମଣ 1114 ଓ କ୍ବାରେଣ୍ଟାଇନ କେନ୍ଦ୍ରରୁ 1879 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ 606 ରହିଛି ପଜିଟିଭଙ୍କ ସଂଖ୍ୟା । ଅନୁଗୁଳରୁ 21, ବାଲେଶ୍ବରରୁ 115, ବରଗଡରୁ 98, ଭଦ୍ରକରୁ 92, ବଲାଙ୍ଗୀରରୁ 62,ବୌଦ୍ଧରୁ 9, କଟକରୁ 158, ଦେଓଗଡରୁ 9 ଓ ଢେଙ୍କାନାଳରୁ 60 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି,ଗଜପତିରୁ 43, , ଗଞ୍ଜାମରୁ 271, ଜଗତସିଂହପୁରରୁ 46, ଯାଜପୁରରୁ 121, ଝାରସୁଗୁଡ଼ାରୁ 43, କଳାହାଣ୍ଡିରୁ 36, କନ୍ଧମାଳରୁ 58, କେନ୍ଦ୍ରାପଡାରୁ 43, କେନ୍ଦୁଝରରୁ 63, କୋରାପୁଟରୁ 95, ମାଲକାନଗିରିରୁ 85, ମୟୁରଭଞ୍ଜରୁ 120 ଓ ନବରଙ୍ଗପୁରରୁ 68 ସଂକ୍ରମିତ ରହିଛନ୍ତି । ନୟାଗଡରୁ 153, ନୂଆପଡାରୁ 11, ପୁରୀରୁ 156, ରାୟଗଡାରୁ 137, ସମ୍ବଲପୁରରୁ 104, ସୋନପୁରରୁ 40 ଓ ସୁନ୍ଦରଗଡରୁ 70 ଆକ୍ରାନ୍ତ ବାହାରିଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78530 ରହିଥିବା ବେଳେ ସୁସ୍ଥ ସଂଖ୍ୟା 52276 ରହିଛି । ଏହ ସହ 25792 ସକ୍ରିୟ ମାମଲା ରହିଛି । ମୋଟ କୋରୋନା ଟେଷ୍ଟ 13027011 ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.