ETV Bharat / city

ଲକଡାଉନ ନେଲା ଚାକିରି, ମାନସିକ ଚାପରେ ପୋଖରୀକୁ ଡେଇଁଲେ ଯୁବତୀ - girl attempts suicide in bhubaneswar

ଲକଡାଉନ ନେଲା ଚାକିରି । ମାନସିକ ଚାପରେ ପୋଖରୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଘଟଣା ।

recession from job
ଲକଡାଉନ ନେଲା ଚାକିରି, ମାନସିକ ଚାପରେ ପୋଖରୀକୁ ଡେଇଁଲେ ଯୁବତୀ
author img

By

Published : Jun 8, 2020, 8:38 AM IST

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ଚାକିରି ଚାଲିଯିବା ପରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନୟାପଲ୍ଲୀ ଅଞ୍ଚଳ ବେହେରା ସାହିରେ ଯୁବତୀ ଜଣଙ୍କ ରହୁଥିବାବେଳେ ସେ ପୋଖରୀକୁ ଡେଇଁ ଆତ୍ମହତ୍ୟାର ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଲକଡାଉନ ନେଲା ଚାକିରି, ମାନସିକ ଚାପରେ ପୋଖରୀକୁ ଡେଇଁଲେ ଯୁବତୀ

କୋରୋନାର କରାଳ ରୂପ ଏବେ ସାରା ବିଶ୍ବ ଦେଖୁଛି । ତେବେ କୋରୋନା ଭାଇରସ ଆତଙ୍କ ଯେତିକି ଭୟଙ୍କର ନୁହେଁ ତାଠାରୁ ଅଧିକ ଚିନ୍ତା ବଢାଇଛି ତାର ସାଇଡ୍‌ ଇଫେକ୍ଟ । କୋରୋନା ମୁକାବିଲା ପାଇଁ ଦେଶରେ ହୋଇଥିବା ଲକ୍‌ଡାଉନ୍‌ ଫଳରେ ଅନେକ କମ୍ପାନୀ ଛଟେଇ ଆରମ୍ଭ କଲେଣି । ଫଳରେ ଯୁବପିଢି ଚାକିରି ହରାଇବା ସହ ମାନସିକ ଚାପଗ୍ରସ୍ତ ହେଉଛନ୍ତି । ଯାହାର ଉଦାହରଣ ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଖୋର୍ଦ୍ଧା ବୋଲଗଡ ଅଞ୍ଚଳର 26 ବର୍ଷୀୟ ଯୁବତୀ ଜଣଙ୍କ ନୟାପଲ୍ଲୀ ସ୍ଥିତ ଏକ ବ୍ୟାଙ୍କରେ 2 ବର୍ଷ ହେବ କ୍ରେଡିଟ କାର୍ଡ ସେକ୍ସନରେ କାମ କରୁଥିଲେ । ଲକ୍‌ଡାଉନ୍‌ ପରେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ତେବେ ଗୋଟେ ମାସର ଦରମା ପାଇନଥିବାବେଳେ ଚାକିରି ହରାଇବା ତଥା ପରିବାର ଚଳାଇବାର ଚିନ୍ତାରେ ଯୁବତୀ ଜଣଙ୍କ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତେବେ ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୋଲିସ ପହଞ୍ଚି ଯୁବତୀଙ୍କୁ ତାଙ୍କ ପରିବାରଙ୍କ ନିକଟରେ ଛାଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.