ETV Bharat / city

ରାଜ୍ୟରେ 250ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ - ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ରାଜ୍ୟରେ 314ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା 250ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଆଜି ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Mass and Education Minister Samir Ranjan Dash) । ଅଧିକ ପଢନ୍ତୁ

ରାଜ୍ୟରେ 250 ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ
ରାଜ୍ୟରେ 250 ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ
author img

By

Published : Jun 17, 2022, 4:56 PM IST

ଭୁବନେଶ୍ବର: ରାଜ୍ୟରେ 314ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା 250ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଆଜି ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ (Mass and Education Minister Samir Ranjan Dash) ।

ମନ୍ତ୍ରୀ କହିଛନ୍ତି, ‘ରାଜ୍ୟରେ 314ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଧା 250 ଟି ଓଡିଶା ଆଦର୍ଶ ବିଦ୍ୟାଳୟ (Odisha Adarsha Vidyalaya) ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ପୃକ୍ତ ଅଞ୍ଚଳର ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦ୍ଵାରା ଉଦଘାଟିତ କରାଯାଇଛି । ଏହାଦ୍ଵାରା ରାଜ୍ୟର ଗରିବ ଛାତ୍ରଛାତ୍ରୀମାନେ ନିଜ ନିଜ ଅଞ୍ଚଳରେ ସୁବିଧାରେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି’ ।

ରାଜ୍ୟରେ 250 ଟି ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ଆଜି ଆନୁଷ୍ଠାନିକ ଭାବରେ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଦ୍ଵାରା ଓଡିଶା ଆଦର୍ଶ ବିଦ୍ୟାଲୟ ଉଦଘାଟିତ ହୋଇଛି । ନିମାପଡା ଓ ଗୋପ ବ୍ଲକରେ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅନେକ ପିଲା ନାମ ଲେଖାଇଛନ୍ତି । ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯିବ ସେନେଇ ବିଭାଗ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.