ETV Bharat / city

ରାଜ୍ୟରେ ହାଇସ୍କୁଲ ପରେ ପାଠ ଛାଡୁଛନ୍ତି 24% ଛାତ୍ରଛାତ୍ରୀ - ଛାତ୍ରଛାତ୍ରୀ

ରାଜ୍ୟରେ ହାଇସ୍କୁଲ ପରେ 24 ପ୍ରତିଶତ ଛାତ୍ରଛାତ୍ରୀ ପାଠପଢା ଛାଡୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ହାଇସ୍କୁଲ ପରେ ପାଠ ଛାଡୁଛନ୍ତି 24% ଛାତ୍ରଛାତ୍ରୀ

author img

By

Published : Jul 4, 2021, 5:02 PM IST

ଭୁବନେଶ୍ବର: ରାଜ୍ୟର ସରକାରୀ ସ୍କୁଲର ସତ ପଦାରେ ପଡିଛି । ରାଜ୍ୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ହାଇସ୍କୁଲ ପରେ 24 ପ୍ରତିଶତ ପାଠପଢା ଛାଡ଼ୁଛନ୍ତି । ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ସଂଖ୍ୟା ଅଧିକ ରହିଛି । ଇଣ୍ଟରନେଟ ଓ କମ୍ପ୍ୟୁଟର ବ୍ୟବହାରରେ ବହୁତ ପଛରେ ରହିଛି ଓଡିଶାର ସରକାରୀ ସ୍କୁଲ । ତେବେ 2019-20 ଶିକ୍ଷାବର୍ଷ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି।

ରାଜ୍ୟରେ ହାଇସ୍କୁଲ ପରେ ପାଠ ଛାଡୁଛନ୍ତି 24% ଛାତ୍ରଛାତ୍ରୀ
ରାଜ୍ୟରେ ହାଇସ୍କୁଲ ପରେ ପାଠ ଛାଡୁଛନ୍ତି 24% ଛାତ୍ରଛାତ୍ରୀ

କେବଳ ହାଇସ୍କୁଲ ନୁହେଁ ଉଚ୍ଚ ପ୍ରାଥମିକ ପରେ ମଧ୍ୟ ଅନେକ ପିଲା ପାଠ ଛାଡ଼ୁଛନ୍ତି । ଉଚ୍ଚ ପ୍ରାଥମିକ ସ୍ତରରେ ଏହି ହାର ରହିଛି 4.3 ପ୍ରତିଶତ । ପ୍ରାଥମିକରେ ପାଠ ଛାଡ଼ୁଛନ୍ତି 0.9 ପ୍ରତିଶତ । ଓଡ଼ିଶାରେ ଛାତ୍ରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ଅଧାରୁ ପାଠ ଛାଡ଼ିଛନ୍ତି । ପ୍ରାଥମିକ ସ୍ତରରେ ରାଜ୍ୟରେ 0.9 ପ୍ରତିଶତ ଛାତ୍ର ରହିଥିବାବେଳେ ଛାତ୍ରୀ ଅଛନ୍ତି 0.8 ପ୍ରତିଶତ । ଉଚ୍ଚ ପ୍ରାଥମିକ ସ୍ତରରେ 4.6 % ଛାତ୍ର ରହିଥିବାବେଳେ ଛାତ୍ରୀ ରହିଛନ୍ତି 3.9 % । ସେହିପରି ଭାବରେ ହାଇସ୍କୁଲରେ 25.7 % ଛାତ୍ର ରହିଥିବାବେଳେ 22.2 % ରହିଛନ୍ତି ଛାତ୍ରୀ ।

ଅନ୍ୟପଟେ କୋରୋନା ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି । ଅନଲାଇନ ମାଧ୍ୟମରେ ପିଲମାନେ ଉଚିତ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । କୋରୋନା କାଳରେ ଅନଲାଇନ ଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବାବେଳେ କେବଳ ମାତ୍ର 30 ପ୍ରତିଶତ ପିଲା ଅନଲାଇନ ପାଠ ପଢିବାରେ ସଫଳ ହୋଇଛନ୍ତି । ରାଜ୍ୟରେ ମୋଟ ସ୍କୁଲ ସଂଖ୍ୟା 67 ହଜାର 020ଟି ରହିଛି । ଏଥିରୁ ସରକାରୀ ସ୍କୁଲ ରହିଛି 53 ହଜାର 260 । ସେମି ସରକାରୀ ସ୍କୁଲ ରହିଛି 5839 ସ୍କୁଲ ଓ ଘରୋଇ ସ୍କୁଲ ରହିଛି 6375 । ଏହି ସମସ୍ତ ସ୍କୁଲରୁ 6.46% ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଛି । ତେବେ ଆଜି ସୁଦ୍ଧା ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା କରାଯାଇ ପାରିନାହିଁ ।

ରାଜ୍ୟରେ ଥିବା ସରକାରୀ ସ୍କୁଲରେ 2.72% ଇଣ୍ଟରନେଟ୍ ସୁବିଧା ରହିଛି । ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 53 ହଜାର 260ଟି ସରକାରୀ ସ୍କୁଲ ମଧ୍ୟରୁ ମାତ୍ର 1450 ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି । ସେହି ତୁଳନାରେ 2231 ଘରୋଇ ବିଦ୍ୟାଳୟ ଓ 335ଟି ଅନୁଦାନପ୍ରାପ୍ତ ସ୍କୁଲରେ ଇଣ୍ଟରନେଟ ସୁବିଧା ରହିଛି। ଅନ୍ୟପଟେ ଅନଲାଇନ କ୍ଳାସ ବା ସ୍ମାର୍ଟ କ୍ଳାସ ପାଇଁ ରାଜ୍ୟରେ କମ୍ପ୍ୟୁଟର ଉପଲବ୍ଧତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରାଜ୍ୟରେ 25.46% ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ କମ୍ପ୍ୟୁଟର ରହିଛି । ସେଥିମଧ୍ୟରୁ ମାତ୍ର 15.96% ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.