ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ବରରେ ନୂଆ 24 ଜଣ ଆକ୍ରାନ୍ତ ଚିହ୍ନଟ । 20 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 4 ଜଣ ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ମଟ ହୋଇଛନ୍ତି। 14 ଜଣ ସୁସ୍ଥ ହୋଇଛନ୍ତି।
ରାଜଧାନୀରେ 20 ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏୟାରପୋର୍ଟ ଏବଂ ଖଣ୍ଡଗିରି ଅଞ୍ଚଳରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । 2 ଜଣ ସାଳିଆସାହିର ଶ୍ରୀକୃଷ୍ଣ ନଗର ଅଞ୍ଚଳର ଏବଂ ଅନ୍ୟ 2 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେହିପରି 5 ଜଣ ହେଉଛନ୍ତି ଶୈଳଶ୍ରୀ ବିହାର, ବରମୁଣ୍ଡାର ଏଚ ବି କଲୋନୀ, ନାୟପାଲି ଏବଂ ରେଳ ବିଭାଗର ଜଣେ କର୍ମଚାରୀ ଚିହ୍ନଟ ହୋଇଥିବା ବେଳେ 9 ଜଣ ହେଉଛନ୍ତି ମଞ୍ଚେଶ୍ବର ଅଞ୍ଚଳରୁ ଚିହ୍ନଟ କରାଯାଇଛି।
ସେହିପରି ଭାବରେ ଅନ୍ୟ 3 ଜଣ ଏକ ଘରୋଇ ହସ୍ପିଟାଲ ଚିହ୍ନଟ ହୋଇଥିବା ବେଳେ ଜଣେ ଖଣ୍ଡଗିରି ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ରାଜଧାନୀରେ 15 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ସେଥିରୁ 6 ଜଣ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ବେଳେ 4 ଜଣ ହେଉଛନ୍ତି ସିରିପୁର ଅଞ୍ଚଳର । ଅନ୍ୟ 2 ଜଣ ହେଉଛନ୍ତି ନୀଳାଦ୍ରି ବିହାର ଅଞ୍ଚଳର ଓ 2 ଜଣ ଚକେଇସିଆଣି ଓ ଯଦୁପୁର ଅଞ୍ଚଳରୁ ଚିହ୍ନଟ କରାଯାଇଛି।
ତେବେ ଭୁବନେଶ୍ବରରେ ମୋଟ ପଜିଟିଭ 369 ଚିହ୍ନଟ ହୋଇଛନ୍ତି । 216 ସୁସ୍ଥ ଓ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 148 ଜଣ ସକ୍ରିୟ ଅଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ