ETV Bharat / city

୨୨୪୪ ଜଣ ଦଶମ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା - ଅଫଲାଇନ ପରୀକ୍ଷା

୨୨୪୪ ଜଣ ଦଶମ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ...

୨୨୪୪ ଜଣ ଦଶମ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା

author img

By

Published : Jul 17, 2021, 7:22 PM IST

ଭୁବନେଶ୍ବର: ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଥିବା ଦ୍ଵନ୍ଦ ଦୂର କରିଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଫର୍ମଫିଲପର ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୨୨୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ସଚିବ ।

ଜୁନ ୨୫ ତାରିଖରେ ପ୍ରକାଶ ପାଇଥିବା ମାଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ କିଛି ଛାତ୍ରଛାତ୍ରୀଙ୍କର ଅସନ୍ତୋଷ ରହିଥିଲା । କୋରୋନା ସ୍ଥିତି ସୁଧୁରିବା ପରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଫର୍ମଫିଲପର ତାରିଖ ଧାର୍ଯ୍ୟ କରାଯାଇଛି । ସମୁଦାୟ ୨୨୪୪ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ସମୁଦାୟ ୧୫ ହଜାର ୧୧୫ ଜଣ ଛାତ୍ରୀ (ରେଗୁଲାର, ଏକ୍ସ ରେଗୁଲାର ଓ ମଧ୍ୟମା) ଏହି ଆବେଦନ କରିଛନ୍ତି ।

ସମସ୍ତ ଜିଲ୍ଲା ହେଡକ୍ବାର୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତି ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ କେନ୍ଦ୍ର ରହିବ । ମାସ୍କ, ସାନିଟାଇଜର ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ ରଖାଯାଇଛି । ଯଦି ଭବିଷ୍ୟତରେ କୋରୋନା ପାଇଁ ପରୀକ୍ଷା ସମ୍ଭବ ନ ହୁଏ ତେବେ ବିଗତ ବର୍ଷରେ କରାଯାଇଥିବା ମାର୍କିଂ ପ୍ରକ୍ରିୟାରେ ହିଁ ମାର୍କ ପ୍ରଦାନ କରାଯିବ । ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନେଇ ସ୍ବତନ୍ତ୍ର SOP ଜାରି କରାଯାଇଛି । ଏସଓପି ମୁତାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟିକା ଦିଆଯିବ । ବିଦ୍ୟାଳୟରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା ସହ ସାନିଟାଇଜ କରାଯିବ ।

ଏ ନେଇ ସମସ୍ତ DEOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୧୦ମ ଓ ଦ୍ବାଦଶ ବ୍ୟତୀତ ଅନ୍ୟ ଶ୍ରେଣୀର ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢିବେ । ଛାତ୍ରଛାତ୍ରୀମାନେ ଚାହିଁଲେ ବିଦ୍ୟାଳୟ ଆସିପାରିବେ । ଯଦି କୌଣସି ସ୍ଥାନରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଏ ତେବେ ଜିଲ୍ଲାପାଳମାନେ ସାମୟିକ ଭାବେ ସ୍କୁଲ ବନ୍ଦ କରିପାରିବେ। ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ ବୋଲି ସଚିବ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.