ETV Bharat / city

ମଞ୍ଜୁଲତା କହଁର BJD ଡେପୁଟି ମେୟର ପ୍ରାର୍ଥୀ

ଆଜି ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ । ମଞ୍ଜୁଲତା କହଁର ହେଲେ ବିଜେଡି ଡେପୁଟି ମେୟର ପ୍ରାର୍ଥୀ । ଅଧିକ ପଢନ୍ତୁ

author img

By

Published : Apr 9, 2022, 11:21 AM IST

ମଞ୍ଜୁଲତା କହଁର ବିଜେଡିର ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ଡେପୁଟି ମେୟର ନିର୍ବାଚନ । ବିଏମସି(BMC) ପାଇଁ ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ମଞ୍ଜୁଲତା କହଁର ହେଲେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ(Manjulata Kanhar BJD Deputy Mayor candidate) । ସେ ୨୨ ନଂ ୱାର୍ଡର କର୍ପୋରେଟର ଅଟନ୍ତି । ତେବେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି ପ୍ରାର୍ଥୀ ଡେପୁଟି ମେୟର ହେବେ ବୋଲି ଅନୁମାନ କରାଯାଉଛି ।

ଭୁବନେଶ୍ବରରେ ମୋଟ ୬୭ କର୍ପୋରେଟର ଆସନରୁ ୪୮ ଆସନରେ ବାଜିମାତ୍ କରିଛି ବିଜେଡି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ବାଧୀନଙ୍କୁ ୯ଟି ଆସନ ମିଳିଥିଲା । ଏଥିସହ ସ୍ବାଧୀନଙ୍କ ମଧ୍ୟରୁ ଏକାଧିକ ସ୍ବାଧୀନ କର୍ପୋରେଟର ବିଜେଡିରେ ଯୋଗ ଦେଇଛନ୍ତି । ତେଣୁ ବିଜେଡି ହାତକୁ ଡେପୁଟି ମେୟର ପଦ ଯିବା ନିଶ୍ଚିତ ବୋଲି କୁହାଯାଉଛି । ଡେପୁଟି ମେୟର ନିର୍ବାଚନ ପାଇଁ ସକାଳ ୧୦ଟାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଏହା ୧୧ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବାହ୍ନ ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ । ସାଢେ ୧ଟାରୁ ସାଢେ ୩ଟା ମଧ୍ୟରେ ଡେପୁଟି ମେୟର ନିର୍ବାଚନ ଶେଷ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.