ETV Bharat / city

2018 ଓପିଏସସି ପରୀକ୍ଷା ଫଳ ପ୍ରକାଶିତ: ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

author img

By

Published : Jan 7, 2020, 11:17 AM IST

ପ୍ରକାଶ ପାଇଛି 2018 ବ୍ୟାଚର ଓପିଏସସି ପରୀକ୍ଷା ଫଳ । ଏଥିରେ ମୋଟ 218ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ବରର ସୁଧାପଦ୍ମା ଲେଙ୍କା । ଶୁଣନ୍ତୁ ନିଜ ସଫଳତାକୁ ନେଇ କଣ କହୁଛନ୍ତି ସେ...

sundhapadma lenka 38th rank in first attempt
ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ପ୍ରକାଶ ପାଇଛି 2018 ବ୍ୟାଚର ଓପିଏସସି ପରୀକ୍ଷା ଫଳ। ଏଥିରେ ମୋଟ 218ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ବରର ସୁଧାପଦ୍ମା ଲେଙ୍କା । ନିଜ ସଫଳତାରେ ସେ ବହୁତ ଖୁସି ଅଛନ୍ତି । ସୁଧାପଦ୍ମା ନିଜ ସଫଳତାର ଶ୍ରେୟ ଭଗବାନ, ପିତା ପ୍ରଫେସର ସୁଧାଂଶୁ ଶେଖର ଲେଙ୍କା ଓ ମାତା ଉର୍ମିଳା ରାଉତ, ଅଜା, ଆଈ ଓ ଭାଇଙ୍କୁ ଦେବା ସହ ନିଜର ପରିଶ୍ରମର ଫଳ ପାଇଥିବା କହିଛନ୍ତି।

ତାଙ୍କ ପରିବାରରୁ ଲଗାତାର ଭାବେ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ସଫଳତା ସାଉଁଟିଥିବା ଜଣାପଡିଛି। 2016ରେ ତାଙ୍କ ବଡ଼ ଭାଇ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ 2017ରେ ଆଉ ଜଣେ ଭାଇ ଏବଂ 2018ରେ ସେ ନିଜେ ଏହି ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ ସେ 38 ନମ୍ବର ସ୍ଥାନ ପାଇଥିବା ବେଳେ ବିନା କୌଣସି କୋଚିଂରେ ନିଜର ଅଧବସାୟ ବଳରେ ଏହି ସଫଳତା ପାଇଛନ୍ତି। ସେ ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଭଳି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା କହିଛନ୍ତି । ସେହିପରି ସେ ଯୁବପୀଢ଼ିଙ୍କୁ ନିଜ ଉପରେ ବିଶ୍ବାସ ରଖି ନିୟମିତ ଏକାଗ୍ରତାର ସହ ପରିଶ୍ରମ କଲେ ସୁଫଳ ମିଳିବ ପ୍ରକାଶ କରିଛନ୍ତି ।

ପରିବାରର ରେକର୍ଡ ବଜାୟ ରଖିଲେ ସୁଧାପଦ୍ମା ଲେଙ୍କା

ସୁଦାପଦ୍ମାଙ୍କ ମା' ଉର୍ମିଳା ଝିଅର ସଫଳତାରେ ଖୁସି ହେବା ସହ ସେମାନେ ତାଙ୍କର ପରିଶ୍ରମ ପାଇଁ ଏହା ହାସଲ କରିଥବା କହିଛନ୍ତି। ସେ ସମସ୍ତ ପିତାମାତାଙ୍କୁ ନିଜର ପିଲାଙ୍କୁ ସର୍ବଦା ପାଠ ପଢିବା ଲାଗି ପ୍ରୋତ୍ସାହନ ଦେବା ପାଇଁ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:2018 ମସିହା ପାଇଁ ଓପିଏସସି ପକ୍ଷରୁ ହୋଇଥିବା ଓଡିଶା ପ୍ରସାଶନିକ ସେବା ପରୀକ୍ଷାର ଅନ୍ତିମ ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି।ଯେଉଁଥିରେ ନିଜର ପ୍ରଥମ ପ୍ରଚେଷ୍ଟାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ୱର ର ସୁଧାପଦ୍ମା ଲେଙ୍କା।ଏଥିପାଇଁ ସେ ବହୁତ ଖୁସି ଥିବାବେଳେ ନିଜ ସଫଳତାର ଶ୍ରେୟ ଭଗବାନ,ପିତା ପ୍ରଫେସର ସୁଧାଂଶୁ ଶେଖର ଲେଙ୍କା ଓ ମାତା ଉର୍ମିଳା ରାଉତ ,ଅଜା ଆଇ ଓ ଭାଇମାନଙ୍କୁ ଦେବା ସହ ନିଜର ପରିଶ୍ରମର ଫଳ ପାଇଥିବା ପ୍ରକାଶ କରିଛନ୍ତି।ତେବେ ସୁଶ୍ରୀ ଲେଙ୍କାଙ୍କ ପରିବାର ରୁ ଲଗାତାର ଭାବେ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ସଫଳତା ସାଉଁଟି ଥିବା ଜଣାପଡିଛି।2016 ମସିହାରେ ତାଙ୍କର ବଡ଼ ଭାଇ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ 2017 ରେ ଆଉ ଜଣେ ଭାଇ ଏବଂ ଏଥର ଆର୍ଥତ 2018 ମସିହା ପାଇଁ ସେ ଏହି ସଫଳତା ପାଇଛନ୍ତି।

Body:ଏହି ପରୀକ୍ଷାରେ ସେ 38 ନମ୍ବର ରାଙ୍କ ପାଇଥିଲେ ମଧ୍ୟ ବିନା କୌଣସି କୋଚିଂ ରେ ନିଜର ଅଧବସାୟା ବଳରେ ଏହି ସଫଳତା ପାଇଥିବାରୁ ସେ ଖୁସି ଥିବା କହିଛନ୍ତି।ତେବେ ସେ ଶିକ୍ଷା ,ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଭଳି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା କହିଛନ୍ତି।ସେହିପରି ସେ ଯୁବପୀଢ଼ିଙ୍କୁ ନିଜ ଉପରେ ବିଶ୍ୱାସ ରଖି ନିୟମିତ ଏକାଗ୍ରତାର ସହ ପରିଶ୍ରମ କଲେ ଫଳ ମିଳିବ ବୋଲି କହିଛନ୍ତି।ଏହି ଅବସରରେ ତାଙ୍କ ମା ଉର୍ମିଳା ପିଲାମାନଙ୍କ ଝିଅର ସଫଳତାରେ ଖୁସି ହେବା ସହ ସେମାନେ ତାଙ୍କର ପରିଶ୍ରମ ପାଇଁ ଏହା ହାସଲ କରିଥବା କହିଛନ୍ତି।ତେବେ ସେ ସମସ୍ତ ପିତାମାତାମାନଙ୍କୁ ନିଜର ପିଲାମାନଙ୍କୁ ସର୍ବଦା ପାଠ ପଢିବା ଲାଗି ପ୍ରୋତ୍ସାହନ ଦେବା ପାଇଁ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.