ETV Bharat / city

RAIN UPDATE: 20 ଜିଲ୍ଲାର 20 ଲକ୍ଷ ଲୋକ ପ୍ରଭାବିତ, 2870 ଘର ଭାଙ୍ଗି ନଷ୍ଟ - ବର୍ଷାରେ ୨୦ ଜିଲ୍ଲା ପ୍ରଭାବିତ

ଅସରାଏ ବର୍ଷାରେ ରାଜ୍ୟ ହାଲବେହାଲ ହୋଇଛି । ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସମୁଦାୟ ୨୦ ଜିଲ୍ଲାରେ ବର୍ଷା କରାଳ ରୂପ ନେଇଛି । ଅଧିକ ପଢ଼ନ୍ତୁ...

ବର୍ଷାରେ ରାଜ୍ୟ ବେହାଲ , ୨୦ରୁ ଜିଲ୍ଲା ପ୍ରଭାବିତ

author img

By

Published : Sep 14, 2021, 9:27 PM IST

Updated : Sep 14, 2021, 9:39 PM IST

ଭୁବନେଶ୍ବର: ଅସରାଏ ବର୍ଷାରେ ରାଜ୍ୟ ହାଲବେହାଲ ହୋଇଛି । ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସମୁଦାୟ ୨୦ ଜିଲ୍ଲାରେ ବର୍ଷା କରାଳ ରୂପ ନେଇଛି । କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୋଟ ୧୧୧ଟି ବ୍ଲକର ୩୬୯୬ ଲୋକଙ୍କ ଜୀବନ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଖୋର୍ଦ୍ଧା ଓ ଯାଜପୁରରେ ସର୍ବାଧିକ ୧୦ଟି ଲେଖାଏଁ ବ୍ଲକ ପ୍ରଭାବିତ ହୋଇଛନ୍ତି ।

ରାଜ୍ୟରେ ପ୍ରାୟ ୨୭ଟି ପୌରାଞ୍ଚଳ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ପୌରାଞ୍ଚଳ ଓ ବ୍ଲକ ମିଶାଇ ମୋଟ ୨୦ ଲକ୍ଷ ୪୬ ହଜାର ୧୨୨ ଜଣ ଲୋକ ବର୍ଷା ଯୋଗୁଁ ହୀନସ୍ତା ହୋଇଛନ୍ତି । ଏହାସହ ମୋଟ ୪ ଜଣଙ୍କ ପ୍ରାଣହାନୀ ମଧ୍ୟ ହୋଇଛି । ବର୍ଷା ଦାଉରୁ ରକ୍ଷା କରିବା ପାଇଁ ୧୩ ହଜାର ୫୩୪ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଖାଲି ସେତିକି ନୁହେଁ, ତୁହାକୁ ତୁହା ବର୍ଷାରେ 2 ହଜାର ୮୭୦ଟି ଘର ଭାଙ୍ଗିଛି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ବର୍ଷା ଜଳରେ ଜଣେ ଭାସି ଯାଇଥିବା ତଥ୍ୟ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଗତକାଲି ମୃତ୍ୟୁସଂଖ୍ୟା ୩ ଥିବାବେଳେ ଆଜି ଜଣେ ବୃଦ୍ଧି ହୋଇ ୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ କେନ୍ଦ୍ରାପଡ଼ା, ଜଣେ ଖୋର୍ଦ୍ଧାର ଓ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ବି ରାଜ୍ୟରେ ବର୍ଷା ଲାଗି ରହିଛି । ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି । ସ୍ବାସ୍ଥ୍ୟ କିଭଳି ଯୋଗାଇ ହେବ ସେନେଇ ଧ୍ୟାନ ଦିଆଯାଇଛି । ସେପଟେ ସେପ୍ଟେମ୍ବର ୧୭ ତାରିଖରେ ଆଉ ଏକ ଲଘୁଚାପ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2021, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.