ଭୁବନେଶ୍ବର: ଦେଶର ଶ୍ରେଷ୍ଠ 50 ବିଧାୟକଙ୍କ ତାଲିକାରେ ଓଡ଼ିଶାର 2 ଜଣ ବିଧାୟକ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯାଜପୁରର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି। ଫେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ହୋଇଥିବା ଏହି ସର୍ଭେ କାର୍ଯ୍ୟଦକ୍ଷତା, ଲୋକ ସମ୍ପର୍କ ବିଧାନସଭାରେ ବିତର୍କ ଆଦି ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯାଇଛି ।
![ଫେମ ଇଣ୍ଡିଆ ଟପ 50 ବିଧାୟକ ମଧ୍ୟରେ ଓଡିଶାରୁ 2](https://etvbharatimages.akamaized.net/etvbharat/prod-images/8443477_fkl.jpg)
କମ୍ୟୁନିକେସନ ବା ଯୋଗାଯୋଗ ସାମର୍ଥ୍ୟ ପାଇଁ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଶ୍ରେଷ୍ଠ 50 ବିଧାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ଆଟେନସନ ବା ଧ୍ୟାନ ଆକର୍ଷଣ କରିବା କ୍ଷେତ୍ରରେ ସ୍ଥାନ ପାଇଛନ୍ତି ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ପ୍ରକାଶ ଦାସ ଜଣେ ପ୍ରଭାବଶାଳୀ ବିଧାୟକ ଭାବେ ପରିଚିତ।
ସେହିଭଳି ତାରାପ୍ରସାଦ ବାହିନୀ ପତି ବା ଭାଲୁ ଭାଇନା ବିରୋଧୀ କଂଗ୍ରେସ ଦଳର ଜଣେ ଚର୍ଚ୍ଚିତ ନେତା। ସେ ବିଧାନସଭାରେ ହେଉ ବା ଗୃହ ବାହାରେ ସରକାରଙ୍କୁ ବିଭିନ୍ନ ସମୟରେ ଅଡୁଆରେ ପକାଇ ଚର୍ଚ୍ଚାରେ ରହି ଥାଆନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ