ETV Bharat / city

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା, ରାଜ୍ୟରେ ପୁଣି 3 କୋରୋନା ପଜିଟିଭ୍

author img

By

Published : May 3, 2020, 7:36 AM IST

Updated : May 3, 2020, 10:34 AM IST

corona positive
ପୁଣି 2 କୋରୋନା ପଜିଟିଭ୍, ଆକ୍ରାନ୍ତ ଜିଲ୍ଲାରେ ସାମିଲ ହେଲା ଗଞ୍ଜାମ

07:20 May 03

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା, ରାଜ୍ୟରେ ପୁଣି 3 କୋରୋନା ପଜିଟିଭ୍

corona positive
ପୁଣି 2 କୋରୋନା ପଜିଟିଭ୍, ଆକ୍ରାନ୍ତ ଜିଲ୍ଲାରେ ସାମିଲ ହେଲା ଗଞ୍ଜାମ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପରିସ୍ଥିତିକୁ ଆୟତ କରିବାକୁ ଯାଇଁ ରାଜ୍ୟ ସରକାର ଅଣନିଶ୍ବାସୀ ହୋଇଗଲେଣି। ତେବେ ଏହି ଆକ୍ରାନ୍ତ ଜିଲ୍ଲା ତାଲିକାରେ ଗଞ୍ଜାମ ସାମିଲ ହୋଇଛି। ରାଜ୍ୟରେ ଆଜି 3 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

ସେଥିମଧ୍ୟରୁ ଗଞ୍ଜାମରୁ 2 ଜଣ ଓ ଅନ୍ୟ ଜଣେ ଆକ୍ରାନ୍ତ ଝାରସୁଗୁଡାରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଗଞ୍ଜାମରୁ ଚିହ୍ନଟ ଦୁଇ ଆକ୍ରାନ୍ତ ସୁରଟରୁ ଫେରିଥିବା ଦୁଇ ପ୍ରବାସୀ ଓଡିଆ ବୋଲି ଜଣାପଡିଛି। ସେମାନଙ୍କ ସଂପର୍କରେ କଟ୍ରାକ୍ଟ ଟ୍ରେସିଙ୍ଗ୍ ଜାରି ରହିଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ହୋଇଛି 160ରେ ପହଞ୍ଚିଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 16 ଜିଲ୍ଲାକୁ ଲମ୍ବିଛି କୋରୋନା ଚେର । ସେଥିମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଯାଜପୁରରେ ରହିଛନ୍ତି।  ଏହାସହ 102 ସକ୍ରିୟ ମାମଲା ରହିଥିବା ବେଳେ 56 ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 3, 2020, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.