ETV Bharat / city

କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କୁ ବିରୋଧ, ଥାନାର ଦ୍ବାରସ୍ଥ ୨ ଗୋଷ୍ଠୀ - ଅପରାଜିତାଙ୍କୁ ନୟାପଲ୍ଲୀରେ ବିରୋଧ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ କାର୍ଯ୍ୟକ୍ରମରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗୋଟିଏ ଗୋଷ୍ଠୀର ମାମଲା ରୁଜୁ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀର ମାମଲା ରୁଜୁ କରିନି ପୋଲିସ ! ଅଧିକ ପଢନ୍ତୁ...

କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କୁ ବିରୋଧ, ଥାନାର ଦ୍ବାରସ୍ଥ ୨ ଗୋଷ୍ଠୀ

author img

By

Published : Nov 9, 2021, 8:09 AM IST

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ କାର୍ଯ୍ୟକ୍ରମରେ ଗଣ୍ଡଗୋଳ । ଅପରାଜିତାଙ୍କ ସହଯୋଗୀ ଅନ୍ୟଗୋଷ୍ଠୀର କର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଥାନାରେ ଏତଲା । ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ବିଜେପି କର୍ମୀ ।

କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କୁ ବିରୋଧ, ଥାନାର ଦ୍ବାରସ୍ଥ ୨ ଗୋଷ୍ଠୀ

ସୂଚନା ଅନୁଯାୟୀ, ଗତକାଲି(ସୋମବାର) ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନୟାପଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଏହି ସମୟରେ କେତେକ ଲୋକେ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଅପରାଜିତାଙ୍କ ସହଯୋଗୀ ଏବଂ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିପକ୍ଷ ଗୋଷ୍ଠୀ ଏନେଇ ଅପରାଜିତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଆକ୍ରମଣ ଅଭିଯୋଗ କରିଛନ୍ତି ।

କମିଶନରେଟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ପାଲଟା ଅଭିଯୋଗ କରିଛନ୍ତି ଅପରାଜିତାଙ୍କ ସହଯୋଗୀ । ସାଂସଦଙ୍କ ଲୋକପ୍ରିୟତାକୁ ବିରୋଧୀ ସହିପାରୁନାହାନ୍ତି । ଫଳରେ ଏପରି ମିଥ୍ୟା ଅଭିଯୋଗ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଗୋଟିଏ ପକ୍ଷର ମାମଲା ରୁଜୁ କରିଥିବାବେଳେ ଅନ୍ୟପକ୍ଷର ମାମଲା ରୁଜୁ କରି ତଦନ୍ତ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.