ETV Bharat / city

ଟୀକାକରଣରେ BMCର ଆଉ ଏକ ମାଇଲଖୁଣ୍ଟ

author img

By

Published : Sep 12, 2021, 6:44 PM IST

Updated : Sep 12, 2021, 7:01 PM IST

ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ବିଏମସି । ଅଧିକ ପଢନ୍ତୁ...

ଟୀକାକରଣରେ BMCର ଆଉ ଏକ ମାଇଲଖୁଣ୍ଟ
ଟୀକାକରଣରେ BMCର ଆଉ ଏକ ମାଇଲଖୁଣ୍ଟ

ଭୁବନେଶ୍ବର: ଟୀକାକରଣରେ ଭୁବନେଶ୍ବର ମହାନଗର ନିଗମ(BMC)ର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଉଭୟ ଡୋଜ ଟିକା । ରାଜଧାନୀ ଭୁବନେଶ୍ଵରରେ ଆଜି(ରବିବାର) ସୁଦ୍ଧା ମୋଟ ୨୨ ଲକ୍ଷ ୬୬ ହଜାର ୬୧ ଡୋଜ ଟିକା ଦିଆଯାଇଛି ।

ଭୁବନେଶ୍ଵରରେ ଦିଆଯାଉଛି କୋଭାକ୍ସିନ ଟିକା । ସେଥିମଧ୍ୟରୁ 12ଲକ୍ଷ 63 ହଜାର 345 ଜଣ ପ୍ରଥମ ଡୋଜ ଓ 10ଲକ୍ଷ 2 ହଜାର 716 ଜଣ ଉଭୟ ଡୋଜ ନେଇଥିବା ଜଣାପଡିଛି । ଆଜି ମଧ୍ୟ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଟୀକାକରଣ ଜାରି ରହିଛି । ବିନା ସ୍ଲଟ ବୁକିଙ୍ଗରେ ସିଧାସଳଖ ଲୋକେ ଟିକା ନେଇପାରୁଛନ୍ତି ।

ରାଜଧାନୀରେ ମୋଟ 9 ଲକ୍ଷ 7 ହଜାର ଲୋକଙ୍କୁ ୨ଟି ଡୋଜ ହିସାବରେ ମୋଟ 18ଲକ୍ଷ 14ହଜାର ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ରାଜ୍ୟ ତଥା ଜିଲ୍ଲା ବାହାରୁ ବହୁ ଲୋକ ଭୁବନେଶ୍ଵରରେ ଟିକା ନେଉଥିବା ଦେଖିବାକୁ ମିଳିଛି । ଏବେ ବି ଭୁବନେଶ୍ଵରରେ ଟିକାର ଅଭାବ ନଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 12, 2021, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.