ETV Bharat / city

ବରଗଡ ଓ ଜଗତସିଂହପୁରରେ କୋଭିଡ ପାର୍ଶ୍ବ ପ୍ରତିକ୍ରିୟା ଚିହ୍ନଟ, 2 ଜଣ ମେଡିକାଲରେ ଭର୍ତ୍ତି - କୋରୋନା ଟିକା

ବରଗଡ ଓ ଜଗତସିଂହପୁରରୁ 2ଟି କୋରୋନା ପାର୍ଶ୍ବ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲା ବେଳେ, ସେମାନେ ସୁସ୍ଥ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବରଗଡ ଓ ଜଗତସିଂହପୁରରେ କୋଭିଡ ପାର୍ଶ୍ବପ୍ରତିକ୍ରିୟା ଚିହ୍ନଟ

author img

By

Published : Jan 21, 2021, 10:49 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୋଭିଡ ଟୀକାକରଣ । ଆଜି ପଞ୍ଚମ ଦିନରେ 121% ଟିକା ନେଇଛନ୍ତି । ଯଦିଓ କୋରୋନା ଟିକା ନେବା ପରେ ଏତେଟା ପାର୍ଶ୍ବ ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ଆଜି ବରଗଡ ଓ ଜଗତସିଂହପୁରରୁ 2ଟି ମାମଲା ରିପୋର୍ଟ ହୋଇଥିଲା ବେଳେ , ସେମାନେ ସୁସ୍ଥ ଥିବା ଜଣାପଡିଛି ।

ଜାନୁଆରୀ 16ରେ ବରଗଡ ଜିଲ୍ଲାର ଜଣେ ଷ୍ଟାଫ ନର୍ସଙ୍କୁ କୋଭିଡ-19 ଭ୍ୟାକ୍ସିନ ଦିଆଯାଇଥିଲା । ତେବେ ଟୀକାକରଣ ପରେ ତାଙ୍କୁ ଜ୍ବର ହୋଇଥିଲା ବେଳେ ସେ ବରଗଡର ଏକ ହସ୍ପିଟାଲରେ ଚିକିତ୍ସିଚ ହେଉଥିଲେ । ଏବେ ସେ ଭଲ ରହିଥିବା ସୂଚନା ମିଳିଛି ।

ସେହିଭଳି ଜଗତସିଂହପୁରର 45 ବର୍ଷୀୟ ଜଣେ ଆଶା କର୍ମୀ ଜାନୁଆରୀ 19ରେ କୋରୋନା ଟିକା ନେଇଥିଲେ । ଟିକା ନେବା ପରେ ତାଙ୍କର ମୁଣ୍ଡ ବିନ୍ଧିଥିବା ବେଳେ ସେ ଅଚାନକ ଅଚେତ ହୋଇପଡୁଥିଲେ । ଏଥିପାଇଁ ତାଙ୍କୁ ଜାନୁଆରୀ 20 ରେ ଜଗତସିଂହପୁରର ଡିଏଚଏଏଚରେ ଭର୍ତ୍ତି ହୋଇଥିଲେ । ତେବେ ଏବେ ସେ ମଧ୍ୟ ଭଲ ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.