ETV Bharat / city

Municipal Election: ସୁରକ୍ଷାକୁ ଗୁରୁତ୍ୱ, ମୁତୟନ ହେବେ 195 ପ୍ଲାଟୁନ ଫୋର୍ସ - municipal election preparation

ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି ନିର୍ବାଚନ ଆୟୋଗ । ଅଧିକ ପଢ଼ନ୍ତୁ

election  commission press meet
ପୌର ନିର୍ବାଚନ; ଶୃଙ୍ଖଳିତ ନିର୍ବାଚନ ନେଇ ନିୟୋଜିତ ହେବେ 195 ପ୍ଲାଟୁନ ପୋଲିସ ଫୋର୍ସ
author img

By

Published : Mar 21, 2022, 2:49 PM IST

ଭୁବନେଶ୍ବର: ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି ନିର୍ବାଚନ ଆୟୋଗ । ଶୃଙ୍ଖଳିତ ନିର୍ବାଚନ ପାଇଁ 195 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ।

ପୌର ନିର୍ବାଚନ; ଶୃଙ୍ଖଳିତ ନିର୍ବାଚନ ନେଇ ନିୟୋଜିତ ହେବେ 195 ପ୍ଲାଟୁନ ପୋଲିସ ଫୋର୍ସ

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାପାଇଁ ରାଜ୍ୟ 195 ପ୍ଲାଟୁନ ପୋଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ 30 ପ୍ଲାଟୁନ, କଟକ ମହାନଗର ନିଗମ ପାଇଁ 20 ପ୍ଲାଟୁନ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଏତଦବ୍ୟତୀତ ମୋଟ 300 ମୋବାଇଲ ପାର୍ଟି ରହିବେ । ସେଥିମଧ୍ୟରୁ 109 ମୋବାଇଲ ପାର୍ଟି 3 ମହାନଗର ନିଗମ ପାଇଁ କାର୍ଯ୍ୟ କରିବେ । ପ୍ରତ୍ୟେକ ବୁଥରେ ଜଣେ ଜଣେ କନେଷ୍ଟବଳ, ହାବିଲଦାର କିମ୍ବା ସଶସ୍ତ୍ର ପୋଲିସ ରହିବେ । ସମ୍ବେଦନଶୀଳ ଅଥବା ଅତି ସମ୍ବେଦନଶୀଳ ବୁଥରେ ଜଣେ ଜଣେ ହାବିଲଦାର କିମ୍ବା କନେଷ୍ଟବଳ ସହ ଆଉ ଜଣେ ସଶସ୍ତ୍ର ପୋଲିସ ରହିବେ ।

ଏହା ବ୍ୟତୀତ କ୍ଲଷ୍ଟର ବୁଥରେ ଜଣେ ଅଫିସର ସହ ଆବଶ୍ୟକୀୟ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରାଞ୍ଚଳର ପୋଲିସ ଷ୍ଟେସନରେ ଗୋଟିଏ କିମ୍ବା ଦୁଇଟି Striking Force ରହିବେ । ଏହା ବ୍ୟତୀତ ପ୍ରତି ଜିଲ୍ଲା ସଦର ମହକୁମାରେ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଜରୁରୀ ପରିସ୍ଥିତି ପାଇଁ ନିୟୋଜିତ ହେବେ । ଏହାସହ 5ଟି ଜାଗାରେ ନକାବନ୍ଦୀ ବ୍ୟବସ୍ଥା ରହିବ । ଯାହା ଦାୟିତ୍ବରେ ଜଣେ ଇନ୍ସପେକ୍ଟର ଏବଂ 3 ଜଣ ଅଫିସର ନିୟୋଜିତ ରହିବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ 4 ଜଣ ପୋଲିଂ ଅଫିସର ରହିବେ । ମୋଟ 22 ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହେବେ ।

23 ତାରିଖ ଦିନ ସମସ୍ତ ପୋଲିଂ କର୍ମଚାରୀ ନିଜର ଭୋଟ ଗ୍ରହଣ କେନ୍ଦ୍ରରେ ଅପରାହ୍ନ ସୁଦ୍ଧା ପହଞ୍ଚିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସମସ୍ତ ପୌରାଞ୍ଚଳରେ ସନ୍ଧ୍ୟା 5ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ । ଆସନ୍ତା 24 ତାରିଖରେ ରାଜ୍ୟର ମୋଟ 3ଟି ମହାନଗର ନିଗମ, 47 ଟି ପୌରାଞ୍ଚଳ ଏବଂ 59 ଟି ଏନଏସିରେ ନିର୍ବାଚନ ହେବ । ଏହି ନିର୍ବାଚନରେ ବିଭିନ୍ନ ମହାନଗର ନିଗମ,ପୌରାଞ୍ଚଳରେ ମେୟର ଓ ପୌରାଧକ୍ଷ ପାଇଁ 569 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ କର୍ପୋରେଟର ଓ କାଉନସିଲର ପାଇଁ ମୋଟ 5842 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ନିର୍ବାଚନରେ ମ୍ୟୁନସିପାଲିଟି ଏବଂ ଏନଏସିର 1672 ୱାର୍ଡରେ ଏବଂ 3 ଟି ମହାନଗର ନିଗମର 165 ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ପୌର ପରିଷଦ,ଏନଏସିର 2989 ବୁଥରେ ଏବଂ 3ଟି ମହାନଗର ନିଗମର 1384 ବୁଥରେ 40,55,053 ଜଣ ଭୋଟର ମତ ସାବ୍ୟସ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନାମାଙ୍କନ ପ୍ରକ୍ରିୟା ପରେ ବ୍ରହ୍ମପୁର ମହାନଗର ନିଗମର 3 ଟି ଓ୍ବାର୍ଡ ଏବଂ ଅନ୍ୟ ପୌର ପରିଷଦ ଓ ଏନଏସିର 58 ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀମାନେ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି ।

ଏତଦବ୍ୟତୀତ ପଟ୍ଟାମୁଣ୍ଡାଇ ପୌର ପରିଷଦ, କାମାକ୍ଷାନଗର ଏନଏସି, ପୁରୁଷୋତ୍ତମପୁର ଏନଏସିର ଗୋଟିଏ ଗୋଟିଏ ୱାର୍ଡରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନାହାଁନ୍ତି । କାରଣ ଉକ୍ତ ପଦବୀ ଗୁଡିକ ସଂରକ୍ଷଣର (Reserve Category) ଅନ୍ତର୍ଭୁକ୍ତ ଅଟେ । ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଏହି ପଦବୀ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କରିବେ ।

ଏହି ନିର୍ବାଚନରେ କଟକ ମହାନଗର ନିଗମର ମେୟର ଏବଂ ବାରିପଦା ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ମୋଟ 16 ଜଣ ପ୍ରାର୍ଥୀ ଅଛନ୍ତି । ସେହିପରି କୋରାପୁଟ ଜିଲ୍ଲାର ଜୟପୁର ପୌରାଧ୍ୟକ୍ଷ ପଦ ପାଇଁ ମୋଟ 18 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସବୁ ସ୍ଥାନରେ 2 ଟି ବାଲାଟ ୟୁନିଟ ବ୍ୟବହାର କରାଯିବ । ନିର୍ବାଚନରେ ପ୍ରତ୍ୟେକ ବୁଥରେ 2ଟି ଇଭିଏମ ରହିବ । ଗୋଟିକରେ ମେୟର ,ପୌରାଧ୍ୟକ୍ଷ ଏବଂ ଅନ୍ୟଟିରେ କର୍ପୋରେଟର,କାଉନସିଲର ପାଇଁ ଭୋଟ ଗ୍ରହଣ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.