ETV Bharat / city

୧୯ ନଦୀ ଜଳ ପ୍ରଦୂଷଣ ପ୍ରସଙ୍ଗ, ଶିଳ୍ପ ସଂସ୍ଥାଙ୍କୁ ଏନଜିଟି ଛାଟ

author img

By

Published : Dec 10, 2019, 2:02 PM IST

ଏଣିକି ଶିଳ୍ପ ପ୍ରତିଷ୍ଠାନ ଗୁଡିକ କମ୍ପାନୀରୁ ବାହାରୁ ଥିବା ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁ ଆଦିକୁ ନଦୀ ମଧ୍ୟକୁ ପ୍ରବେଶ କରିବା ଉପରେ ରୋକ ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

river
ଶିଳ୍ପ ସଂସ୍ଥାଙ୍କୁ ଏନଜିଟି ଛାଟ

ଭୁବନେଶ୍ବର: ନଦୀ ଜଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର କଡା ଆଭିମୁଖ୍ୟ । ଏଣିକି ଶିଳ୍ପ ପ୍ରତିଷ୍ଠାନ ଗୁଡିକ କମ୍ପାନୀରୁ ବାହାରୁ ଥିବା ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁ ଜଳ ଆଦିକୁ ନଦୀକୁ ଛାଡି ପାରିବେ ନାହିଁ । ଏହା ଉପରେ ରୋକ ଲଗାଇଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ।

ରାଜ୍ୟରେ ନଦୀ ଅବବାହିକାରେ ଥିବା ଶିଳ୍ପ ପ୍ରତିଷ୍ଠାନ ଗୁଡିକ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀକୁ ଛାଡିବା ଫଳରେ ନଦୀ ପ୍ରଦୂଷିତ ହେଉଛି । ରାଜ୍ୟର 19ଟି ନଦୀର ଜଳ ବିଷାକ୍ତ ଓ ପ୍ରଦୂଷିତ ହୋଇଥିବା କେନ୍ଦ୍ର ସରକାର ଖୋଦ ମାନିବା ପରେ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ ।

ଏଭଳି ସାଙ୍ଘାତିକ ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଶିଳ୍ପ ପ୍ରତିଷ୍ଠାନ ଗୁଡିକ ସେମାନଙ୍କ ପ୍ରଦୂଷିତ ଜଳ ନଦୀ ଭିତରକୁ ନ ଛାଡିବା ପାଇଁ ଗତ ୫ ତାରିଖରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନୋଟିସ ଜାରି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନଦୀ ଜଳ ପ୍ରଦୃଷଣ କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ର କଡା ଆଭିମୁଖ୍ୟ ।ଏଣିକି ଶିଳ୍ପ ପ୍ରତିଷ୍ଠାନ ଗୁଡିକ କମ୍ପାନୀ ରୁ ବାହାରୁ ଥିବା ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁ ,ଜଳ ଆଦି କୁ ନଦୀ ମଧ୍ୟ କୁ ପ୍ରବେଶ କରିବା ଉପରେ ରୋକ ଲଗାଇଛନ୍ତି ।Body:ରାଜ୍ୟ ରେ ନଦୀ ଅବବାହିକାରେ ଥିବା ଶିଳ୍ପ ପ୍ରତିଷ୍ଠାନ ର ବର୍ଯ୍ୟବସ୍ତୁ ନଦୀ ମଧ୍ୟ କୁ ଯାଇ ୧୯ଟି ର ଜଳ ବିଶାକ୍ତ ଓ ପ୍ରଦୃଷିତ ହୋଇଥିବା କେନ୍ଦ୍ର ସରକାର ଖୋଦ ମାନିବା ପରେ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ ।ଏଭଳି ସାଙ୍ଘାତିକ ତଥ୍ୟ ସାମନା କୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।ଶିଳ୍ପ ପ୍ରତିଷ୍ଠାନ ଗୁଡିକ ସେମାନଙ୍କ ପ୍ରଦୃଷିତ ଜଳ ନଦୀ ଭିତରକୁ ନଛାଡିବା ପାଇଁ ଗତ ୫ତାରିଖରେ ରାଜ୍ୟ ପ୍ରଦୃଷଣ ବୋର୍ଡ ପକ୍ଷରୁ ନୋଟିସ ଜାରିହୋଇଛି ।

ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନଦୀ ଅବବାହିକାରେ ଥିବା ଶିଳ୍ପ ସଂସ୍ଥା ଗୁଡିକ ସେମାନଙ୍କ ପ୍ରଦୃଶିତ ଜଳର ପରିଚାଳନା ନିମନ୍ତେ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ତାପନ ପାଇଁ ଏଜିଟି ନିର୍ଦ୍ଦେଶ ଦେଇଛନ୍ତି ।ଏଥିରେ ବ୍ୟାତିକ୍ରମ ହେଲେ ।ସଂପୃକ୍ତ ଶିଳ୍ପ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମ ବାଣୀ ଶୁଣାଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ ।

Conclusion:ସୂଚନା ଅନୁସାରେ ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ ହୋଇପଡ଼ିଥିବା କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ ଲୋକସଭାରେ ସୂଚନା ଦେଇଛନ୍ତି।

ସାଂସଦ ଜୁଏଲ୍ ଓରାମଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଓଡ଼ିଶାର ଗଙ୍ଗୁଆ, ଗୁରଡ଼ିହ ନାଳ, କାଠଯୋଡ଼ି, ନନ୍ଦିରାଜୋର, ଦୟା, କୁଆଖାଇ, ବଙ୍ଗୁରୁ ନାଳ, ଭେଡେନ୍, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା,ନାଗାବଳି, ଲୁଣା, ରତ୍ନଚିରା, ଋଷିକୂଲ୍ୟା, ସୁବଳୟା ଓ ସେରୁଆ ଭଳି ନଦୀ ଓ ନାଳ ପ୍ରଦୂଷିତ ହୋଇଛି।

Exclusive

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.