ETV Bharat / city

22ଟି ଜିଲ୍ଲାରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

author img

By

Published : Jun 6, 2021, 10:30 AM IST

ଚଳିତ ମାସରେ 22ଟି ଜିଲ୍ଲାରେ 18 ବର୍ଷରୁ ଊର୍ଦ୍ଧ୍ବ ବର୍ଗଙ୍କ ଟୀକାକରଣ ଆରମ୍ଭ ହେବ । ଅଧିକ ପଢନ୍ତୁ...

22ଟି ଜିଲ୍ଲାରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ
22ଟି ଜିଲ୍ଲାରେ ଆରମ୍ଭ ହେବ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ ଏବେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନକୁ ଲାଗୁ କରିବା ସହିତ ଟୀକାକରଣ କାର୍ଯ୍ୟ ମଧ୍ୟ ଅନୁରୂପ ଭାବେ ଚାଲୁ ରଖିଛନ୍ତି । 45 ବର୍ଷ ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ 22ଟି ଜିଲ୍ଲାରେ 18 ବର୍ଷରୁ ଊର୍ଦ୍ଧ୍ବ ଟୀକାକରଣ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି ।

କୋରୋନା ଟୀକାକରଣ ରଣନୀତିରେ ସାମିଲ ହୋଇଛନ୍ତି 18ରୁ 44 ବର୍ଷ ବୟସ ବର୍ଗର ବ୍ୟକ୍ତି ବିଶେଷ। ଏହି ଟୀକାକାରଣ ମେ ମାସରେ 5ଟି ମୁନିସିପାଲିଟି କର୍ପୋରେସନ ଏବଂ 6ଟି ଜିଲ୍ଲା ମୁଖ୍ୟ କ୍ବାର୍ଟର ମୁନିସିପାଲିଟି / NACରେ ଆରମ୍ଭ ହୋଇସାରିଛି। ଜୁନ ମାସରେ 22ଟି ଜିଲ୍ଲା ମୁଖ୍ୟ କ୍ବାର୍ଟରର ମୁନିସିପାଲିଟି / NACରେ 18ରୁ 44 ବର୍ଷର ବ୍ୟକ୍ତିଙ୍କୁ ଟୀକାକରଣର ସମ୍ପ୍ରସାରଣ ପାଇଁ ସରକାର ଅନୁମୋଦନ କରିଛନ୍ତି ।

ରାଜ୍ୟରେ ଜୁନ ମାସରେ କୋଭିସିଲ୍ଡର 6 ଲକ୍ଷ 45 ହଜାର 790 ଡୋଜ ଗ୍ରହଣ କରିବାକୁ ଯାଉଛି। ଯାହାକି ସେମାନଙ୍କ ଲକ୍ଷ୍ୟ ହିତାଧିକାରୀଙ୍କ ଉପରେ ଆଧାର କରି ପ୍ରଥମ ଡୋଜ ଟୀକାକରଣ ପାଇଁ ଜିଲ୍ଲାମାନଙ୍କୁ ବଣ୍ଟନ କରାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.