ETV Bharat / city

ରାଜ୍ୟରେ କୋରୋନା କାୟା, ଗୋଟିଏ ଦିନରେ 17 ମୃତ

author img

By

Published : Oct 13, 2020, 12:00 PM IST

ରାଜ୍ୟରେ କମୁଛି ସଂକ୍ରମଣ , ବଢୁଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ଗଡିଲା 17 ମୁଣ୍ତ । ମୋଟ ମୃତ୍ୟୁ ସଂଖ୍ୟା ଛୁଇଁଲା 1057 । ଅଧିକ ପଢନ୍ତୁ....

17 more covid patients died in state
କୋରୋନା କାୟା , ଗୋଟିଏ ଦିନରେ ଗଡିଲା 17 ମୁଣ୍ତ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ 17 ଜଣଙ୍କର ମୁଣ୍ତ ନେଇଛି କୋରୋନା । ବାଲେଶ୍ବରରୁ 45 ବର୍ଷର ପୁରୁଷ ଓ ବଲାଙ୍ଗୀରରେ 48 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରେ 70 ବର୍ଷ,87 ବର୍ଷ ଓ 38 ବର୍ଷର ପୁରୁଷଙ୍କର ଜୀବନ ନେଇଛି ଏହି କିଲର ଭାଇରସ ।

ଜଗତସିଂହପୁରରେ 61 ବର୍ଷର ପୁରୁଷ, ଝାରସୁଗୁଡ଼ାରେ 52 ବର୍ଷର ପୁରୁଷ ଓ କେନ୍ଦ୍ରାପଡାରେ 70 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜରେ 65 ବର୍ଷ, 55 ବର୍ଷର, 48 ବର୍ଷର ଓ 53 ବର୍ଷର ପୁରୁଷଙ୍କର ପ୍ରାଣ ଯାଇଛି । ସେହିପରି, ପୁରୀରେ 60 ବର୍ଷର ମହିଳା ଓ 60 ବର୍ଷର ପୁରୁଷଙ୍କର ଜୀବନ ଯାଇଥିବା ବେଳେ ସମ୍ବଲପୁରରେ 76 ବର୍ଷ ପୁରୁଷ ଓ ସୁନ୍ଦରଗଡରେ 66 ବର୍ଷର ପୁରୁଷ ଓ 62 ବର୍ଷର ମହିଳାଙ୍କର ପ୍ରାଣହାନୀ ଘଟିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1057ରେ ପହଞ୍ଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.