ETV Bharat / city

ରାଜ୍ୟରେ ଦିନକରେ କୋରୋନା ନେଲା 17 ଜୀବନ - odisha corona update

ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି କୋରୋନାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1152ରେ ପହଞ୍ଚିଛି ।

ଆଜି ପୁଣି ରାଜ୍ୟରେ 17 ଜଣଙ୍କ ମୁଣ୍ଡ ନେଲା କୋରୋନା, ମୋଟ ମୃତ୍ୟୁ ସଂଖ୍ୟା  1152

author img

By

Published : Oct 19, 2020, 12:55 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ହାରରେ ଲାଗୁନି ବ୍ରେକ । ଆଜି ପୁଣି କୋରୋନାରେ 17 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1152ରେ ପହଞ୍ଚିଛି ।

ବଲାଙ୍ଗୀରରେ 70 ବର୍ଷର ଓ 55 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଜଗତସିଂହପୁରରେ 82 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁରରେ 62 ବର୍ଷର ଓ 71 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ବୌଦ୍ଧରେ 40 ବର୍ଷର ପୁରୁଷ, ବରଗଡରେ 52 ବର୍ଷର ପୁରୁଷ, ଝରସୁଗୁଡ଼ାରେ 54 ବର୍ଷର ଓ 47 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବରେ ଭୁବନେଶ୍ବରରେ 65 ବର୍ଷ, 75 ବର୍ଷ ଓ 54 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟୁଥିବା ବେଳେ କଟକରେ 60 ବର୍ଷର 41 ବର୍ଷ 47 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।

ନୂଆପଡାରେ 82 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୁରଭଞ୍ଜ ରେ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1152ରେ ପହଁଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.