ETV Bharat / city

୧୬୪ତମ SLBC ବୈଠକ; ସାମାଜିକ ଭିତ୍ତିଭୂମି ବିକାଶ ପାଇଁ ବ୍ୟାଙ୍କମାନଙ୍କୁ ଆହ୍ୱାନ - ରାଜ୍ୟ ଆର୍ଥିକ ଅଭିବୃଦ୍ଧି

କୋଭିଡ୍‌ ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଛି । କ୍ରମଶଃ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...

164th SLBC meeting in bhubaneswar
୧୬୪ତମ ଏସ୍‌ଏଲ୍‌ବିସି ବୈଠକ; ସାମାଜିକ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ଆହ୍ୱାନ
author img

By

Published : Sep 24, 2021, 10:36 PM IST

ଭୁବନେଶ୍ବର :କୋଭିଡ୍‌ ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିଛି । କ୍ରମଶଃ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଗତି କରୁଛି । ସାମାଜିକ ଭିତ୍ତିଭୂମିର ପ୍ରତି କ୍ଷେତ୍ରରେ ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ୧୬୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ଏହା କହିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୧୬୪ତମ ଏସ୍‌ଏଲ୍‌ବିସି ବୈଠକ; ସାମାଜିକ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବାକୁ ଆହ୍ୱାନ

ଦୁଇ ବର୍ଷ ପରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ ପ୍ରକ୍ରିୟାର ସମୀକ୍ଷା ପାଇଁ ସମସ୍ତଙ୍କ ଉପସ୍ଥିତିରେ ବୈଠକ ଡକାଯାଇଥିବାରୁ ଏସ୍‌ଏଲ୍‌ବିସି ଆବାହକଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।କୋଭିଡ୍‌ ମାର୍ଗଦର୍ଶିକାର ଉପଯୁକ୍ତ ଅନୁପାଳନ ଓ ଟିକାକରଣ ପ୍ରକ୍ରିୟା ଯୋଗୁଁ ଓଡ଼ିଶା କୋଭିଡ୍‌ ସଂକ୍ରମଣ ପ୍ରତିହତ କରିବାରେ ଏକ ଅଗ୍ରଣୀ ରାଜ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ହିତାଧିକାରୀମାନଙ୍କ ପାଖରେ ପହଞ୍ଚାଇ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଅଭିବୃଦ୍ଧି ପାଇଁ ସର୍ବଦା ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ରାଜ୍ୟରେ ପ୍ରତି ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସମୁଦାୟ ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଚଳିତ ଆର୍ଥିକ ବର୍ଷରେ ଏ ଦିଗରେ ମୁଖ୍ୟ ଶାଖା ବ୍ୟାଙ୍କଗୁଡ଼ିକ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଛନ୍ତି ।

ପବ୍ଲିକ୍‌ ସେକଫର ବ୍ୟାଙ୍କଗୁଡ଼ିକ ନଗଦ ଜମା ଅନୁପାତ ହ୍ରାସ ହେଉଛି । ଏ ବିଷୟ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଉତ୍ସାହଜନକ ଭାବେ ଲକ୍ଷ୍ୟ ହାସଲ କରିପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଜନସାଧାରଣ ମହାମାରୀ ସହିତ ଯଥେଷ୍ଟ ସଂଘର୍ଷ କରିଛନ୍ତି । ବର୍ତ୍ତମାନ କିଛି ମାତ୍ରାରେ ଆର୍ଥିକ ମାନ୍ଦାବସ୍ଥା ସୁଧୁରି ଥିବାବେଳେ କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ କ୍ଷେତ୍ରରେ ଋଣ ଯୋଗାଣ ଜାରି ରହିଛି । କିନ୍ତୁ ନଗଦ ଜମା ଅନୁପାତ ହ୍ରାସ ପାଇବା ଉଦ୍‌ବେଗର ବିଷୟ । ଏ ଦିଗରେ ବ୍ୟାଙ୍କମାନେ ସମ୍ମିଳିତ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ରାଜ୍ୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଶତପ୍ରତିଶତ ଅଭିବୃଦ୍ଧି ଜାରି ରହିଛି । ବ୍ୟାଙ୍କଗୁଡ଼ିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଋଣ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ସେ କହିଛନ୍ତି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଏସ୍‌.କେ. ବଶିଷ୍ଠ କହିଛନ୍ତି ଯେ, ବ୍ୟାଙ୍କମାନେ ବଳରାମ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀମାନଙ୍କୁ ତୁରନ୍ତ ଋଣ ଯୋଗାଣ ଉପରେ ପ୍ରାଧାନ୍ୟ ଦେବା ଉଚିତ । ଅଣଧାନ କୃଷି ସହ କୃଷିର ବିବିଧିକରଣ ଏବଂ ଉଦ୍ୟାନ କୃଷି କାର୍ଯ୍ୟ ପାଇଁ କୃଷକମାନଙ୍କୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଋଣ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆର୍‌. ରଘୁପ୍ରସାଦ ମଧ୍ୟ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଭାଗୀୟ ନୋଡ଼ାଲ ଅଧିକାରୀମାନଙ୍କୁ ବ୍ୟାଙ୍କଗୁଡ଼ିକ ହିତାଧିକାରୀଙ୍କ ଆବେଦନ ସଂପର୍କିତ ତଥ୍ୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଚଳିତ ବର୍ଷ ସମସ୍ତ ବ୍ୟାଙ୍କ ୧,୧୦,୦୦୦ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରି ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଥିବା ଲକ୍ଷ୍ୟ ହାସଲ କରିବାକୁ କହିଛନ୍ତି ।

ରାଜ୍ୟ ସରକାର କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ପ୍ରଦାନକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ଜିଲ୍ଲାପାଳମାନଙ୍କ ସହିତ ସମନ୍ୱୟ ରକ୍ଷା କରି ମୁଖ୍ୟ ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ନଗଦ ଜମା ଅନୁପାତ ୬୧.୬୧ ପ୍ରତିଶତ ରହିଥିବାବେଳେ ବ୍ୟାଙ୍କଗୁଡ଼ିକ ଖୁବ୍‌ ଶୀଘ୍ର ଏହାକୁ ୬୫ରୁ ୭୦ ପ୍ରତିଶକୁ ବୃଦ୍ଧି କରିବା ଦିଗରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଋଣ ଯୋଗଉଥିବା ସର୍ବୋତ୍କୃଷ୍ଟ ବ୍ୟାଙ୍କ ଶାଖାଗୁଡ଼ିକୁ ୨୦୨୦-୨୧ ବର୍ଷ ପାଇଁ ଚୟନ କରାଯାଇ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ସମ୍ମାନରେ ସମ୍ମାନିତ କରାଯିବ । ବିଶେଷ କରି କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କ୍ଷେତ୍ରରେ ଅଧିକ ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଅର୍ଥ ସଚିବ କହିଛନ୍ତି ।

ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଗତ ଆର୍ଥିକ ବର୍ଷରେ ୨ ଲକ୍ଷ ୫ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏହାକୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଅର୍ଥ ସଚିବ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଦେବାଶିଷ ପଣ୍ଡା ବୈଠକରେ ଯୋଗଦେଇ ଗ୍ରାମାଞ୍ଚଳରେ ବ୍ୟାଙ୍କସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ବ୍ୟାଙ୍କିଂ ପଏଣ୍ଟ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟାଙ୍କ ପ୍ରତିନିଧି ମିଳିତ ଭାବେ କାର୍ଯ୍ୟ କରିପାରିବେ । ଦେଶ ଡିଜିଟାଲ୍‌ ବ୍ୟାଙ୍କିଂକୁ ପ୍ରାଥମିକତା ଦେଉଥିବାରୁ ସବୁ ରାଜ୍ୟରେ ଡିଜିଟାଲ୍‌ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଚଳନ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

ଏହି ବୈଠକରେ ଏସ୍‌ଏଲ୍‌ବିସିର ସାଧାରଣ ପରିଚାଳକ ତଥା ଆବାହକ ଅରୂପାନନ୍ଦ ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏ.କେ. ଗୋଏଲ୍‌, ଆର୍‌ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍‌.ଏନ୍‌. ପଣ୍ଡା, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି. ଉଦୟଭାସ୍କର, ଏସ୍‌ବିଆଇର ମୁଖ୍ୟ ସାଧାରଣ ପରିଚାଳକ ବିଦ୍ୟା କ୍ରିଷ୍ଣନ୍‌, ୟୁକୋ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ରମାକାନ୍ତ ପ୍ରଧାନ, ଇଣ୍ଡିଆନ୍‌ ବ୍ୟାଙ୍କର ସାଧାରଣ ପରିଚାଳକ ଏସ୍‌.ଏସ୍‌. ରୟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.