ETV Bharat / city

ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର, 10 ଦିନରେ 150ରୁ ଉର୍ଦ୍ଧ୍ବ ମୃତ

author img

By

Published : May 10, 2021, 3:47 PM IST

କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗତ 10 ଦିନ ଭିତରେ ରାଜ୍ୟରେ 150ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର
ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର

ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗତ 10 ଦିନ ଭିତରେ ରାଜ୍ୟରେ 150ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ ଦୈନିକ ସଂକ୍ରମଣ ସର୍ବାଧିକ 12 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ସର୍ବାଧିକ 21 ଜଣ ମୃତ୍ୟୁ ବରଣ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ 10 ଦିନରେ ମୋଟ 154 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ତେବେ ମେ 1 ତାରିଖରେ ରାଜ୍ୟରେ 11 ଜଣ, 2 ତାରିଖ ରେ 14ଜଣ, 3 ତାରିଖରେ 5ଜଣ, 4 ତାରିଖରେ 15ଜଣ, 5 ତାରିଖରେ 16ଜଣ, 6 ତାରିଖ ରେ 17ଜଣ, 7ତାରିଖ ରେ 19ଜଣ, 8 ତାରିଖରେ 21ଜଣ, 9 ତାରିଖରେ 19 ଜଣ ଏବଂ 10 ତାରିଖରେ ଅର୍ଥାତ୍ ସୋମବାର 17ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି ।

ଏପଟେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2197ରେ ପହଞ୍ଚିଛି। ରାଜ୍ୟରେ ମୋଟ ଆକାରରେ 100ରୁ ଉର୍ଦ୍ଧ ମୃତ୍ୟୁ ବରଣ କରିଥିବା ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧାରେ 389, ଗଞ୍ଜାମରେ 264, ସୁନ୍ଦରଗଡରେ 211, ପୁରୀରେ 134, କଟକରେ 150 ଏବଂ ବାଲେଶ୍ବରରେ 100 ଜଣ ମୃତ୍ୟୁ ବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.