ଭୁବନେଶ୍ବର: ଏକାଥରେ ଲମ୍ଫ ମାରିଛି କୋଭିଡ ନ୍ୟୁ ଭାରିଏଣ୍ଟ ଓମିକ୍ରନ । ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୫ ଓମିକ୍ରନ ଆକ୍ରାନ୍ତ । ଏନେଇ ILS ପକ୍ଷରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ:- ଭୟଭୀତ ହୁଅନ୍ତୁ ନାହିଁ, ଆଗାମୀ କିଛି ଦିନ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ
ତେବେ ନୂଆ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଛି । ILS ଖବର ଅନୁଯାୟୀ ଜାନୁଆରୀ ୯ ରୁ ୧୬ ତାରିଖ ମଧ୍ୟରେ ୨୪୯ ଟି ସ୍ଥାନୀୟ ସଂକ୍ରମିତଙ୍କ ଜିନମ ସିକ୍ବେନ୍ସି ପରୀକ୍ଷା କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୪୫ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ