ଭୁବନେଶ୍ବର : ରାଜ୍ୟରେ ସୁନାମି ବେଗରେ ମାଡୁଛି କୋରୋନା ସଂକ୍ରମଣ । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ରାଜ୍ୟବାସୀ ।ତୃତୀୟ ଲହରରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ୧୪୪ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ୭ ରୁ ୮ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲରେ ମୋଟ ୧୬୦୦ ରୁ ୨୦୦୦ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସେଥି ମଧ୍ୟରୁ ପ୍ରାୟ ୧୪୦ ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡିଛି।
ଏତେ ମାତ୍ରାରେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ । ଦିନର ପ୍ରଥମ ଭାଗରେ ସକାଳ ୮ଟାରୁ ଦିନ ୧ଟା ଏ ଯାଏଁ ଚାଲୁଥିବା ବେଳେ ଓପିଡିର ସମୟ ଆହୁରି ୧ ଘଣ୍ଟା ବଢ଼ାଇ ଦିଆଯାଇଛି। ଏବେ ଅପରାହ୍ନରେ ବନ୍ଦ ରଖାଯାଇଛି କ୍ୟାପିଟାଲ ହସ୍ପିଟାଲର ଓପିଡି ।
ସେପଟେ ରାଜ୍ୟର ସଂକ୍ରମଣ ସ୍ଥିତିକୁ ନେଇ ପତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ସଂକ୍ରମଣ ବଢିବା ନେଇ ଯେଉଁଭଳି ଭାବରେ ଆଶା କରାଯାଉଥିଲା ସେଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇନାହିଁ। କିନ୍ତୁ ଏହି ମାସ ଶେଷ ସୁଦ୍ଧା ପିକ ହୋଇ ଧୀରେ ଧୀରେ କମିବା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ଲହର ଅପେକ୍ଷା ଏବେ ଲୋକମାନେ ସତର୍କ ହେଲେଣି ଏବଂ ସରକାର ଖାଲି ନିୟମ କଲେ ହେବନି ଜନସାଧାରଣ ଏହାକୁ ପାଳନ କରିବା ଆବଶ୍ୟକ। ଯଦି ଦୁଇଟି ଲହର ପରେ ବି ଜନସାଧାରଣ ସ୍ଥିତିକୁ ନ ବୁଝନ୍ତି ତାହାହେଲେ ସ୍ଥିତି ଅସମ୍ଭାଳ ହୋଇପାରେଲ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ