ETV Bharat / city

ଆଜି 142ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ । କଟକ, ବାଲେଶ୍ବର, ନବରଙ୍ଗପୁର, ସୁନ୍ଦରଗଡ ଓ କନ୍ଧମାଳ ଜିଲ୍ଲାରେ ମୋଟ ୧୪୨ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Nov 11, 2021, 8:36 AM IST

ଭୁବନେଶ୍ବର: ଆଜି ୧୪୨ଟି ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ୫ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ ଅଧୀନରେ ଏହି ବିଦ୍ୟାଳୟ ଗୁଡିକ ରୂପାନ୍ତରିତ ହୋଇଥିବା ବେଳେ ଆଜି ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କଟକରେ ୩୦ଟି ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହେବାକୁ ଥିବା ବେଳେ ବାଲେଶ୍ବରରେ ୨୩ଟି, ନବରଙ୍ଗପୁରରେ ୧୨ଟି, ସୁନ୍ଦରଗଡରେ ୬୭ଟି ଓ କନ୍ଧମାଳରେ ୧୦ଟି ହାଇସ୍କୁଲର ରୁପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ ।

ଭିସି ଯୋଗେ ବିଦ୍ୟାଳୟ ଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୭୨ଟି ବିଦ୍ୟାଳୟ ୫ଟି ରୂପାନ୍ତରଣ ଯୋଜନାରେ ସାମିଲ ହୋଇଛି । ଶିଶୁ ଦିବସ ସୁଦ୍ଧା ଏହି ସବୁ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟକ୍ରମେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.