ଭୁବନେଶ୍ବର: ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା ମହାମାରୀ । ପ୍ରତିଦିନ ନେଉଛି ଏକାଧିକ ମୁଣ୍ତ । ରାଜ୍ୟରେ ପୁଣି କୋରୋନା ନେଲା 14 ଜୀବନ। ବଲାଙ୍ଗୀରରେ 60 ବର୍ଷର ପୁରୁଷଙ୍କର ମୄତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରରେ 42 ବର୍ଷର ଓ 58 ବର୍ଷର ପୁରୁଷଙ୍କର ମୃତ୍ୟୁ ହୋଇଛି । କଟକରେ 45 ବର୍ଷର ମହିଳା, 56 ବର୍ଷ ଓ 42 ବର୍ଷର ପୁରୁଷଙ୍କର ପ୍ରାଣହାନୀ ଘଟିଛି ।
ସେହିପରି ଢେଙ୍କାନାଳରେ 45 ବର୍ଷର ପୁରୁଷ, ଗଜପତିରେ 63 ବର୍ଷର ପୁରୁଷ, ଯାଜପୁରରେ 65 ବର୍ଷର ପୁରୁଷ ଓ 55 ବର୍ଷର ମହିଳାଙ୍କର ଜୀବନ ଯାଇଛି । କେନ୍ଦ୍ରାପଡାରେ 35 ବର୍ଷର ମହିଳା, ଖୋର୍ଦ୍ଧାରେ 67 ବର୍ଷର ମହିଳା ଓ ସୁନ୍ଦରଗଡରେ 31 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 797ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ