ଭୁବନେଶ୍ବର: ରାଜ୍ୟରେ ପୁଣି 21ଟି ଜିଲ୍ଲାରେ 130 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଛି । ଅନ୍ୟପକ୍ଷରେ 1117ଟି ସକ୍ରିୟ ମାମଲା ରହିଥିବା ବେଳେ 1481 ଜଣ ସୁସ୍ଥ ହେଲେଣି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ରାଜ୍ୟର ସର୍ବାଧିକ 21ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 124 ଜଣ ଚିହ୍ନଟ ହୋଇଥିବା ବେଳେ 6 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ 22ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ 6, ପୁରୀରେ 1, ରାୟଗଡାରେ 1, ଯାଜପୁରରେ 3, ଜଗସିଂହପୁରରେ 1, ଗଜପତିରେ 7, ମୟୂରଭଞ୍ଜରେ 22, କଟକରେ 23, ଅନୁଗୋଳରେ 1, ବରଗଡରେ 4, ଢେଙ୍କାନାଳରେ 2, ବଲାଙ୍ଗୀରରେ 3, ଭଦ୍ରକରେ 4, କେନ୍ଦୁଝରରେ 2, କନ୍ଧମାଳରେ 3, କଳାହାଣ୍ଡିରେ 3, ଗଞ୍ଜାମରେ 12, ସୁନ୍ଦରଗଡରେ 7, ସୋନପୁରରେ 1 ଓ କେନ୍ଦ୍ରାପଡାରେ 2 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ