ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତକ ସଂଖ୍ୟା; ଦିନକରେ 13 ମୃତ - କୋରୋନା ମୃତ୍ୟୁ

ରାଜ୍ୟରେ ଜାରି ରହିଛି କୋରୋନା କାୟା । ପ୍ରତ୍ୟେକ ଦିନ ରାଜ୍ୟରେ କୋରୋନା ଜନିତ 10 ଊର୍ଦ୍ଧ୍ବ ପ୍ରାଣ ହରାଉଥିବା ବେଳେ ଆଜି କିଲର କୋରୋନା ନେଇଛି 13 ଜୀବନ । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ, ଆଜି 13 ଜୀବନ ନେଲା କୋରୋନା

author img

By

Published : Oct 29, 2020, 12:58 PM IST

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 13 ଜଣଙ୍କ ଜୀବନ ନେଲା କିଲର କୋରୋନା ଭାଇରସ । ଗୋଟେପଟେ ଦିନକୁ ଦିନ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ । ଦୈନିକ 10ରୁ ଊର୍ଦ୍ଧ୍ବ ଜୀବନ ନେଉଛି ମହାମାରୀ କୋରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1297ରେ ପହଞ୍ଚିଛି ।

କୋରୋନା ଭାଇରସରେ ଭୁବନେଶ୍ୱରରେ 49 ବର୍ଷର ପୁରୁଷ ଓ 71 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରେ 52 ବର୍ଷର ଓ 62 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ କେନ୍ଦୁଝରରେ 58 ବର୍ଷର ପୁରୁଷ,ବାଲେଶ୍ୱରରେ 41 ବର୍ଷର ଓ 50 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁରରେ 48 ବର୍ଷର ପୁରୁଷଙ୍କର ମୃତ୍ୟୁ ବରଣ କରିଥିବା ବେଳେ ସମ୍ବଲପୁରରେ 48 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ନୂଆପଡାରେ 65 ବର୍ଷ ଓ 50 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ ଅନୁଗୁଳରେ 43 ବର୍ଷର ପୁରୁଷ ଓ 60 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1297ରେ ପହଁଚିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.