ETV Bharat / city

ଖତ ଖାଉଛି କୋଟି କୋଟି ଟଙ୍କାର ଡିଟିଏସ ବସ - କ୍ରୁଟ

2010 ମସିହାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ 125ଟି ଏବଂ 2014 ମସିହାରେ ଦ୍ବିତୀୟ ପର୍ଯ୍ୟାୟରେ 60ଟି ଡିଟିଏସ ବସ ମିଶାଇ ମୋଟ 185 ଟି ବସକୁ ନେଇ ଭୁବନେଶ୍ବରରୁ ପରିବହନ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସେହି ଡିଟିଏସ ବସ ରାଜଧାନୀର ଡିପୋରେ ପଡି ଖତ ଖାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 4, 2019, 12:28 AM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, କଟକ ଏବଂ ଶ୍ରୀକ୍ଷେତ୍ର ପୁରୀକୁ ଗମନାଗମନ ସୁବିଧା ଯୋଗାଇବା ଓ ସାଧାରଣ ଲୋକଙ୍କୁ ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥିତ କରିବା ନେଇ 2010 ମସିହାରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଡିଟିଏସ ବସ ଆଜି ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଡିପୋରେ ଖତ ଖାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଭିନ୍ନ ସହରକୁ ଯୋଡିବା ଏବଂ ଯୋଗାଯୋଗ ନିମନ୍ତେ ପରିକଳ୍ପନା କରାଯାଇଥିବା ସିଟି ବସର ଏଭଳି ଅବସ୍ଥା ପାଇଁ ଦାୟୀ କିଏ? କାହା ସ୍ବାର୍ଥରେ ଖତ ଖାଉଛି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ବସ ? ଏ ନେଇ ଏବେ ସାଧାରଣରେ ଉଠୁଛି ଅନେକ ପ୍ରଶ୍ନ?

2010 ମସିହାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ 125ଟି ଏବଂ 2014 ମସିହାରେ ଦ୍ବିତୀୟ ପର୍ଯ୍ୟାୟରେ 60ଟି ଡିଟିଏସ ବସ ମିଶାଇ ମୋଟ 185 ଟି ବସକୁ ନେଇ ଭୁବନେଶ୍ବରରୁ ପରିବହନ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସେହି ଡିଟିଏସ ବସ ରାଜଧାନୀର ଡିପୋରେ ପଡି ଖତ ଖାଉଛି।

ଆଧୁନିକୀକରଣ ନାଁରେ 2018 ମସିହା ବିଶ୍ବକପ ହକିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୁବନେଶ୍ବରରେ 'ମୋ ବସ' ସେବା ଆରମ୍ଭ କଲେ । ସାଧାରଣ ଯାତ୍ରୀଙ୍କ ମତରେ ଏହା ଭଲ ପଦକ୍ଷେପ ହେଲେ ମଧ୍ୟ କୋଟି କୋଟି ଟଙ୍କାର ଡିଟିଏସ ବସ ଅଦରକାରୀ ହୋଇ ପଡିରହିବା ସରକାରଙ୍କ ଭୁଲ ପରିଚାଳନାକୁ ଦର୍ଶାଉଛି।

ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ବୋଧହୁଏ ଏହା ପଡିରହିଛି । ନୂଆକରି ଆରମ୍ଭ ହୋଇଥିବା କ୍ରୁଟ ପକ୍ଷରୁ 200 ରୁ ଅଧିକ 'ମୋ ବସ' ଭୁବନେଶ୍ବର, ପୁରୀ ଓ କଟକ ମଧ୍ୟରେ ଚଳାଚଳ କରୁଛି।

ନଗର ଉନ୍ନୟନ ବିଭାଗ ପକ୍ଷରୁ କିଣାଯାଇଥିବା 185ଟି ଡିଟିଏସ ବସ ମଧ୍ୟରୁ 125 ଟି ବସ ଅଚଳାବସ୍ଥାରେ ପଡି ରହିଥିବାରୁ ଖୁବଶୀଘ୍ର ନିଲାମ ହେବା ନେଇ ସୂଚନା ରହିଛି । ପୁରୀ, କଟକକୁ 200ଟି 'ମୋ ବସ' ଯାତାୟତ କରୁଥିବା ବେଳେ ଭୁବନେଶ୍ବରକୁ ଆଗାମୀ ଦିନରେ ଇଲେକ୍ଟ୍ରିକ ବସ ସମେତ ନୂତନ ବସ ଅଣାଯିବାକୁ କ୍ରୁଟ ବ୍ୟବସ୍ଥା କରୁଛି ବୋଲି କ୍ରୁଟ ଜିଏମ ଦୀପ୍ତି ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଖତ ଖାଉଛି ଡିଟିଏସ ବସ ।କାହା ସ୍ୱାର୍ଥରେ।

Body:ସ୍ମାର୍ଟସିଟି ଭୁବନେଶ୍ୱରରେ ଖତ ଖାଉଛି କୋଟି କୋଟି ଟଙ୍କାର ଡିଟିଏସ ବସ।ରାଜଧାନୀ ଭୁବନେଶ୍ବର ,କଟକ ଏବଂ ଶ୍ରୀକ୍ଷେତ୍ର ପୁରୀକୁ ଗମନାଗମନ ସୁବିଧା ଯୋଗାଇବା ଓ ସାଧାରଣ ଲୋକଙ୍କୁ ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥିତ କରିବା ନେଇ ୨୦୧୦ ମସିହାରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଡିଟିଏସ ବସ ଆଜି ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ଡିପରେ ଖତ ଖାଉଛି।ବିଭିନ୍ନ ସହରକୁ ଯୋଡିବା ଏବଂ ଯୋଗାଯୋଗ ନିମନ୍ତେ ପରିକଳ୍ପନା କରାଯାଇଥିବା ସିଟି ବସର ଏଭଳି ଅବସ୍ଥା ପାଇଁ ଦାୟୀ କିଏ? କାହା ସ୍ୱାର୍ଥରେ ଖତ ଖାଉଛି ରାଜ୍ୟ ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ବସ ?ଏ ନେଇ ସାଧାରଣରେ ଉଠୁଛି ଅନେକ ପ୍ରଶ୍ନ।

୨୦୧୦ ମସିହାରେ ନଗରଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୨୫ଟି ଏବଂ ୨୦୧୪ ମସିହାରେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ଟି ଡିଟିଏସ ବସ ମିଶାଇ ମୋଟ ୧୮୫ ଟି ବସକୁ ନେଇ ଭୁବନେଶ୍ୱରରୁ ପରିବହନ ସେବା ଆରମ୍ଭ ହୋଇଥିଲା,କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ସେହି ଡିଟିଏସ ବସ ରାଜଧାନୀର ଡିପୋରେ ପଡି ଖତ ଖାଉଛି।ଆଧୁନିକୀକରଣ ନାଁରେ ୨୦୧୮ ମସିହା ବିଶ୍ୱ କପ ହକିକୁ ଲକ୍ଷରେ ରଖି ରାଜ୍ୟ ସରକାର ଭୁବନେଶ୍ୱରରେ ମୋ ବସ ସେବା ଆରମ୍ଭକଲେ।ସାଧାରଣ ଯାତ୍ରୀଙ୍କ ମତରେ ଏହା ଭଲ ପଦକ୍ଷେପ ହେଲେ ମଧ୍ୟ କୋଟି କୋଟି ଟଙ୍କାରେ ଡିଟିଏସ ବସ ଖତ ଖାଇବା ସରକାରଙ୍କ ଭୁଲ ପରିଚାଳନାକୁ ଦର୍ଶାଉଛି।

ବାଇଟ1--ଭୁବନେଶ୍ୱର ମୋ ବସରେ ଯାତାୟାତ କରୁଥିବା ଜଣେ ଯାତ୍ରୀଙ୍କ ମତରେ ଡିଟିଏସ ବସ ଖତ ଖାଇବାଟା ସରକାରଙ୍କ ଭୁଲ ପରିଚାଳନା।ଏହାକୁ ତୁରନ୍ତ ଚଲେଇବା ଦରକାର।

ସ୍ମାର୍ଟସିଟିରେ ଅଲୋଡ଼ା ଅବସ୍ଥାରେ ଖତ ଖାଉଛି କୋଟି କୋଟି ଟଙ୍କା ଡିଟିଏସ ବସ।ସରକାରଙ୍କ ଦାଇତ୍ୱହୀନତା ଯୋଗୁ ବୋଧହୁଏ ଏହା ପଡି ରହିଛି।ନୂଆକରି ଆରମ୍ଭ ହୋଇଥିବା କ୍ରୁଟ ପକ୍ଷରୁ ୨୦୦ ରୁ ଅଧିକ ମୋବସ ଭୁବନେଶ୍ୱର ,ପୁରୀ ଓ କଟକ ମଧ୍ୟରେ ଚଳାଚଳ କରୁଛି।

ପର୍ଯ୍ୟାୟକ୍ରମେ ୨୦୧୦ ଏବଂ ୨୦୧୪ ରେ ନଗର ଉନ୍ନୟନ ବିଭାଗ ପକ୍ଷରୁ କିଣାଯାଇଥିବା ୧୮୫ଟି ଡିଟିଏସ ବସ ମଧ୍ୟରୁ ୧୨୫ ଟି ବସ ଅଚଳ ଅବସ୍ଥାରେ ପଡି ରହିଥିବାରୁ ଖୁବଶୀଘ୍ର ନିଲାମ ହେବ।ପୁରୀ,କଟକକୁ ୨୦୦ ମୋ ବସ ଯାତାୟାତ କରୁଥିବାବେଳେ ଭୁବନେଶ୍ୱରକୁ ଆଗାମୀ ଦିନରେ ଇଲେକ୍ଟ୍ରିକ ବସ ସମେତ ନୂତନ ବସ ଅଣାଯିବାକୁ ବ୍ୟବସ୍ଥା କରୁଛି କ୍ରୁଟ ବୋଲି କ୍ରୁଟ ଜିଏମ ଦୀପ୍ତି ମହାପାତ୍ର କହିଛନ୍ତି।

Conclusion:ଡିଟିଏସ ବସକୁ ଖତ କରି ମୋ ବସ କେତେଦିନ ଯାଏ ଚାଲୁଛି ଆଗକୁ ଦେଖିବାର ଅଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.