ETV Bharat / city

ଖୁସିର ମାହୋଲରେ ଦୁଃଖଦ ଘଟଣା, ବିଦ୍ୟୁତ ଆଘାତରେ 12 ବର୍ଷିୟ ବାଳକ ମୃତ - 12 ବର୍ଷୀୟ ନାବାଳଙ୍କ ମୃତ୍ୟୁ

ଲକ୍ଷ୍ମୀସାଗର ଥାନା ରିଫ୍ୟୁଜ କଲୋନିରେ ଗଣେଷ ପୂଜା ସାଜସଜା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ପୃଥିରାଜ ସ୍ବାଇଁ ବୋଲି ଜଣାପଡିଛି ।

12 year boy death
ବିଦ୍ୟୁତ ସଂସ୍ପର୍ଶରେ ଆସି 12 ବର୍ଷୀୟ ନାବାଳଙ୍କ ମୃତ୍ୟୁ
author img

By

Published : Aug 23, 2020, 8:47 AM IST

Updated : Aug 23, 2020, 1:53 PM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଲକ୍ଷ୍ମୀସାଗର ଥାନା ରିଫ୍ୟୁଜ କଲୋନିରେ ଗଣେଷ ପୂଜା ସାଜସଜା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ପୃଥିରାଜ ସ୍ବାଇଁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପୃଥିରାଜ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଶନିବାର ଦିନ ଗଣେଷ ପୂଜା ପାଇଁ ସେ ନିଜ ବାପାଙ୍କୁ ଫୁଲ ଆଣିବାକୁ କହିଥିଲେ । ପରେ ସେ ନିଜେ ପୂଜା ପାଇଁ ସାଜସଜା କରିବା ସହ ବିଦ୍ୟୁତ ବ୍ୟବସ୍ଥା କରୁଥିଲେ । ସେହି ସମୟରେ ହଠାତ୍ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ୍‌ ହୋଇପଡିଥିଲେ । ଅଚେତ୍ ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏପଟେ ପୃଥିରାଜଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 23, 2020, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.