ETV Bharat / city

ରାଜ୍ୟରେ ଆଜି ପୁଣି 12 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି - ରାଜ୍ୟରେ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି 12 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଆଜି ପୁଣି 12 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

author img

By

Published : Aug 8, 2020, 12:42 PM IST

ଭୁବନେଶ୍ୱର: ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଣି 12 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଛି ।

ବରଗଡରେ 60 ବର୍ଷୀୟ ପୁରୁଷ, ସୁନ୍ଦରଗଡର 55 ବର୍ଷୀୟ ମହିଳା, ଭୁବନେଶ୍ୱରର 67 ବର୍ଷୀୟ ପୁରୁଷ, ବାଲେଶ୍ୱରରୁ 57 ବର୍ଷୀୟ ପୁରୁଷ, କନ୍ଧମାଳରୁ 55 ବର୍ଷୀୟ ପୁରୁଷ, କନ୍ଧମାଳରୁ 60 ବର୍ଷୀୟ ପୁରୁଷ, କେନ୍ଦୁଝରରୁ 79 ବର୍ଷୀୟ ପୁରୁଷ, ଗଜପତିରୁ 59 ବର୍ଷୀୟ ପୁରୁଷ, ଗଞ୍ଜାମରୁ 61 ବର୍ଷୀୟ ମହିଳା, କେନ୍ଦୁଝରରୁ 60 ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ 60 ବର୍ଷୀୟ ପୁରୁଷ, ଗଞ୍ଜାମରୁ 48 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହରାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସମସ୍ତ ମୃତକ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ 259 ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, 28 ଜିଲ୍ଲାରୁ ଆଜି ମୋଟ 1643 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 1018 ଓ ସ୍ଥାନୀୟ ସଂକ୍ରମଣ 625 ଜଣ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା 44, 193 ଚିହ୍ନଟ ହୋଇଥିବା ବେଳେ 15,188 ଆକ୍ଟିଭ ମାମଲା ରହିଛି । ସେଥିମଧ୍ୟରୁ 28, 698 ସୁସ୍ଥ ହୋଇ ଫେରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.