ETV Bharat / city

ଲଘୁ ଖଣିଜ ସମ୍ପଦରୁ ୧୦୪୨ କୋଟି ରାଜସ୍ବ ଆଦାୟ

ରାଜ୍ୟରେ ଲଘୁ ଖଣିଜ ସମ୍ପଦରୁ ୧,୦୪୨ କୋଟି ରାଜସ୍ବ ଆଦାୟ ହୋଇଛି । ସୂଚନା ଦେଲେ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ଅଧିକ ପଢନ୍ତୁ

author img

By

Published : May 7, 2022, 7:57 AM IST

ଲଘୁ ଖଣିଜ ସମ୍ପଦରୁ ୧୦୪୨ କୋଟି ରାଜସ୍ବ ଆଦାୟ
ଲଘୁ ଖଣିଜ ସମ୍ପଦରୁ ୧୦୪୨ କୋଟି ରାଜସ୍ବ ଆଦାୟ

ଭୁବନେଶ୍ବର: ଲଘୁ ଖଣିଜ ସମ୍ପଦରୁ ୧୦୪୨ କୋଟି ରାଜସ୍ବ ଆଦାୟ ହୋଇଛି । ଏକ ମାସ ମଧ୍ୟରେ ୩୦ ହଜାର ପଟ୍ଟା ବଣ୍ଟନ କରାଯାଇଛି । ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ବରାନ୍ବିତ କରାଯାଇଛି । ରାଜସ୍ବ ବିଭାଗର ଜିଲ୍ଲା ସମୀକ୍ଷା ବୈଠକ ରାଜସ୍ବ ସେବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା କହିଛନ୍ତି ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ମେ ମାସ ୪ ତାରିଖ ମଧ୍ୟରେ ୧୬ଟି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ସମାପ୍ତ ହୋଇଛି । ଏହି ଏକ ମାସ ମଧ୍ୟରେ ରାଜସ୍ବ ବିଭାଗ ଅଧିକ କ୍ରିୟାଶୀଳ ହୋଇଛି । ଏହାସହ ବିଭାଗର ବିଭିନ୍ନ ଲୋକାଭିମୁଖୀ ସେବାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତହସିଲର ରେକର୍ଡ କିପରମାନଙ୍କ ନିକଟରେ ପଡିଥିବା ହଜାର ହଜାର ଦାଖଲ ଖାରଜ ମାମଲା ସମାଧାନ ହୋଇଛି । ଲୋକମାନଙ୍କ ଘରେ ରାଜସ୍ବ ରଥ ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି । ଗତ ଏକ ମାସ ମଧ୍ୟରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ ହୋଇ ୩୦,୦୦୦ ପଟ୍ଟା ଲୋକମାନଙ୍କୁ ତହସିଲ ମାଧ୍ୟମରେ ବଣ୍ଟନ ହୋଇଛି ।

ସେହିପରି ୫,୦୦୦ ଘରବାଡ଼ି ପଟ୍ଟା ମଧ୍ୟ ଗତ ଏକ ମାସ ମଧ୍ୟରେ ବଣ୍ଟନ ହୋଇଛି । ଦାଖଲ ଖାରଜ ମାମଲା ଓଡିଶା ଲୋକସେବା ଅଧିନିୟମ ସମୟସୀମା ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିପାରୁଛି । ଗତ ଏକ ମାସ ମଧ୍ୟରେ ୪,୫୦,୦୦୦ ଜାତିଗତ ଓ ବିବିଧ ପ୍ରମାଣପତ୍ର ଆବଣ୍ଟନ କରାଯାଇଛି । ରାଜସ୍ବ ବିଭାଗର ନିୟମିତ ସମୀକ୍ଷା ଫଳରେ ନିର୍ବାଚନ ସତ୍ତ୍ବେ ଲଘୁ ଖଣିଜ ସମ୍ପଦରୁ ୧,୦୪୨ କୋଟି ରାଜସ୍ବ ଆଦାୟ ହୋଇଛି । ସେହିପରି ବହୁ ଲଘୁ ଖଣିଜ ସମ୍ପଦ ଉତ୍ସର ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଅନୁମୋଦନ ତ୍ବରାନ୍ବିତ ହୋଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧିକରୁ ଅଧିକ ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ତ୍ବରାନ୍ବିତ ହୋଇଛି । ଦେବଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ପରେ ସାତଟି ଗ୍ରାମରେ ସୃଷ୍ଟି କରାଯାଇଛି । ଏହାଫଳରେ ଯେ କୌଣସି ଲୋକ ସେହି ଗ୍ରାମରେ ତାଙ୍କର ପ୍ଲଟ ଗୁଗୁଲ ମ୍ୟାପରେ ଦେଖିପାରିବେ । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ସୁବର୍ଣ୍ଣପୁର ଓ ସୁନ୍ଦରଗଡ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟମିତ ସମୀକ୍ଷା ବୈଠକ କରି ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଚାରି ମାସ ମଧ୍ୟରେ ୭,୫୦୦ ଶିକ୍ଷାନୁଷ୍ଠାନକୁ ପଟ୍ଟା ହସ୍ତାନ୍ତର କରାଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ମେ ମାସ ୧୫ ତାରିଖ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ କିମ୍ବା ସରକାରୀ ଅନୁମୋଦନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସୁଦ୍ଧା ୨୫୦୦ ୫-‘ଟି’ ଉଚ୍ଚ ବିଦ୍ୟାଳୟକୁ ପଟ୍ଟା ବଣ୍ଟନ ସରିଛି । ସମସ୍ତ ଜିଲ୍ଲାପାଳ ଓ ରାଜସ୍ବ ଆୟୁକ୍ତମାନଙ୍କୁ ୫-‘ଟି’ ଉଚ୍ଚ ବିଦ୍ୟାଳୟମାନଙ୍କୁ ମେ ମାସ ୧୫ ତାରିଖ ସୁଦ୍ଧା ପଟ୍ଟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ବ ବିଭାଗ ଜାତୀୟ ରାଜପଥ, ରେଳପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣକୁ ପ୍ରମୁଖ ପ୍ରାଥମିକତା ଦେଉଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜସ୍ବ ବିଭାଗର ନିୟମିତ ସମୀକ୍ଷା ବୈଠକ ଫଳରେ ବିଭିନ୍ନ ରେଲୱେ ପ୍ରକଳ୍ପ ଯଥା ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ଓ ଅନୁଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି ।

ସେହିପରି ନିୟମିତ ସମୀକ୍ଷା ଫଳରେ ଜାତୀୟ ରାଜପଥ ୨୩ର ରାଉରକେଲାରୁ ରଜାମୁଣ୍ଡା, ସେହିପରି ବିଶାଖାପାଟଣା ଓ ରାୟପୁର ଅର୍ଥନୈତିକ କରିଡର ମଧ୍ୟରେ ନବରଙ୍ଗପୁର ଓ କୋରାପୁଟ ମଧ୍ୟରେ, ବିଜୟୱାଡା ରାଞ୍ଚି ମଧ୍ୟରେ ଭାରତମାଳା ପ୍ରକଳ୍ପରେ ଓଡିଶା ମଧ୍ୟରେ ଆସୁଥିବା ଭାଗରେ, ପାରାଦୀପ-ଚଣ୍ଡିଖୋଲ-ଡୁବୁରୀ ଅର୍ଥନୈତିକ କରିଡର ଜମି ଅଧିଗ୍ରହଣ କାର୍ଯ୍ୟରେ ଗୁରୁତ୍ବ ଦିଆଯାଇଛି । ସେହିପରି ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ଯଥା-ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ ଓ ହାଡୁଆ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.