ETV Bharat / city

STATE CORONA: ଦିନକରେ 1041 ପଜିଟିଭ ଚିହ୍ନଟ - corona news

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 1041 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ 1041 ପଜିଟିଭ ଚିହ୍ନଟ
STATE CORONA: ଦିନକରେ 1041 ପଜିଟିଭ ଚିହ୍ନଟ
author img

By

Published : Aug 19, 2021, 8:44 AM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 1041 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 98 ହଜାର 187ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 605 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 436 ସ୍ଥାନୀୟ ସଂକ୍ରମଣ ରହିଛି । ସେମାନଙ୍କ ମଧ୍ୟରୁ 128 ଜଣ ୦- ୧୮ ବର୍ଷ ବୟସର ପିଲାମାନେ ମଧ୍ୟ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 398 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହ ଅନୁଗୁଳରୁ 29, ବାଲେଶ୍ବରରୁ 22, ଭଦ୍ରକରୁ 15, ବରଗଡରୁ 7 ବଲାଙ୍ଗୀରରୁ 2, ବୌଦ୍ଧରୁ 1, କଟକରୁ 176 , ଦେବଗଡ଼ରୁ 7, ଢେଙ୍କାନାଳରୁ 15, ଗଜପତିରୁ 1, ଗଞ୍ଜାମରୁ 5, ଜଗତସିଂହପୁରରୁ 43, ଯାଜପୁରରୁ 56, ଝାରସୁଗୁଡାରୁ 1, କଳାହାଣ୍ତିରୁ 4, କନ୍ଧମାଳରୁ 2, କେନ୍ଦ୍ରାପଡ଼ାରୁ 37, କେନ୍ଦୁଝରରୁ 12, ମାଲକାନଗିରିରୁ 3, ମୟୂରଭଞ୍ଜରୁ 36, ନୟାଗଡ଼ରୁ 13, ନୂଆପଡ଼ାରୁ 1, ପୁରୀ 34, ରାୟଗଡ଼ାରୁ 5, ସମ୍ବଲପୁରରୁ 9, ସୋନପୁରରୁ 1, ସୁନ୍ଦରଗଡ଼ରୁ 13 ଏବଂ ଷ୍ଟେଟ ପୁଲ୍‌ରୁ 88 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 9 ଲକ୍ଷ 98 ହଜାର 187 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 845 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 81 ହଜାର 316କୁ ବୃଦ୍ଧି ପାଇଛି । ତେବେ ଏବେ ସୁଦ୍ଧା ରାଜ୍ୟରେ 1 କୋଟି 72 ଲକ୍ଷ 74 ହଜାର 529 ସାମ୍ପୁଲ ଟେଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.