ETV Bharat / city

ପୁଣି ନବରଙ୍ଗପୁରରୁ 104 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 14, 2021, 4:39 PM IST

ବୁଧବାର ନବରଙ୍ଗପୁର ଜିଲ୍ଲାରେ 104 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6329କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁଣି ନବରଙ୍ଗପୁରରୁ 104 କୋରୋନା ଆକ୍ରାନ୍ତ ଚିହ୍ନଟ
ପୁଣି ନବରଙ୍ଗପୁରରୁ 104 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ଗୋଟିଏ ଦିନରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 100 ଅତିକ୍ରମ କରିଛି। ବୁଧବାର ଜିଲ୍ଲାରେ 104 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6329କୁ ବୃଦ୍ଧି ପାଇଛି ।

ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 21 ଜଣ, ଝରିଗାଁ ବ୍ଲକରୁ 18 ଜଣ, ରାଇଘର ବ୍ଲକରୁ 17 ଜଣ, ଉମରକୋଟ ବ୍ଲକରୁ 13 ଜଣ, ପାପଡାହାଣ୍ଡି ବ୍ଲକରୁ 12 ଜଣ, କୋଷାଗୁମୁଡା ବ୍ଲକରୁ 7 ଜଣ, ଉମରକୋଟ ପୌରାଞ୍ଚଳରୁ 5 ଜଣ, ନବରଙ୍ଗପୁର ପୌରାଞ୍ଚଳ ଏବଂ ନବରଙ୍ଗପୁର ବ୍ଲକରୁ 4 ଜଣ ଲେଖାଁଏ, ତେନ୍ତୁଳିଖୁଣ୍ଟି ବ୍ଲକରୁ 2 ଜଣ ଓ ଡାବୁଗାଁ ବ୍ଲକରୁ ଜଣେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 5864 ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 419 ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସିଦ୍ଧା ପ୍ରାୟ 2 ଲକ୍ଷ 23 ହଜାର 48 ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ କୋରୋନା ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.