ETV Bharat / city

ଦେଇପାରିଲେନି ଘରଭଡା, ବନ୍ଧା ପଡିଛି ୧୦ବର୍ଷର ଝିଅ - ରାଜଧାନୀରେ ବନ୍ଧା ପଡିଛି କୁନିଝିଅ

ରାଜଧାନୀରେ ଘର ମାଲିକକୁ ଘରଭଡ଼ା ଦେଇନପାରିବା ପରେ ୧୦ ବର୍ଷର ଝିଅକୁ ମାଲିକ ଛାଡୁନଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ଦେଇପାରିଲେନି ଘରଭଡା, ବନ୍ଧା ପଡିଛି ୧୦ବର୍ଷର ଝିଅ

author img

By

Published : Jun 18, 2022, 10:47 PM IST

ଭୁବନେଶ୍ବର: ରାଜଧାନୀରେ ଗରିବ ଖଟିକିଆର ଦୟନୀୟ ଚିତ୍ର । ଘର ଭଡା ଦେଇ ନ ପାରିବାରୁ ବନ୍ଧା ପଡିଛି ଝିଅ । ୯ବର୍ଷର ଛୁଆକୁ ପାଇବା ନ୍ୟାୟ ଆଶାରେ ପରିବାର । କୁନି ଝିଅକୁ ଘର ମାଲିକ ରଖି ତାଙ୍କର ଝିଅ ବୋଲି କହୁଛି । ଝିଅକୁ ଫେରାଇ ଆଣିବା ଲାଗି ପୋଲିସ ପାଖରେ ବାପା ମାଆ ଗୁହାରି କରିଛନ୍ତି ।

ଦୀର୍ଘ ୬ ମାସ ଧରି ଜନ୍ମକଲା ଝିଅକୁ ପାଇବା ଆଶାରେ ରାଜଧାନୀର ଏଣେତେଣେ ବୁଲି ଶେଷରେ ଡିସିପି ଅଫିସରେ ପହଞ୍ଚିଛନ୍ତି । କାରଣ ଦୀର୍ଘ ୩ ବର୍ଷ ତଳେ ରାଜଧାନୀକୁ କାମ ଖୋଜିବା ଆଳରେ ଆସିଥିଲେ କେନ୍ଦ୍ରାପଡା ମାର୍ଶାଘାଇର ଏକ ପରିବାର । ବାପା ସନ୍ତୋଷ ପ୍ରଧାନ ଓ ମାଆ ମନ୍ଦୋନ୍ଦରି ପ୍ରଧାନ । ନିଜ ୭ବର୍ଷର କୁନି ଝିଅକୁ ନେଇ ଆସିଥିଲେ ଭୁବନେଶ୍ବର । ସାଲିଆ ସାହିରେ‌ ରହି ଏଠି ସେଠି ମିସ୍ତ୍ରୀ ଭାବେ କାମ କରୁଥିଲେ ।

ଦେଇପାରିଲେନି ଘରଭଡା, ବନ୍ଧା ପଡିଛି ୧୦ବର୍ଷର ଝିଅ

ହେଲେ ଏହି ପରିବାର ଉପରେ ପଡିଥିଲା ମଞ୍ଚେଶ୍ବରର ଟୁନି ବିଶୋଇ ଓ ବାବୁଲି ବିଶୋଇଙ୍କ ଆଖି । ତାଙ୍କର ପିଲାପିଲି ନଥିବାରୁ ଏହି ପରିବାରକୁ ଆଣି ପାଖରେ ସାହାରା ଦେଇଥିଲେ । ଆଉ ତାଙ୍କୁ ତାଙ୍କ ପରିବାରର ଭାଇ କହି ପାଖରେ ରଖିଥିଲେ । ତାଙ୍କର ପିଲା ନଥିବାରୁ ସନ୍ତୋଷ ଓ ମନ୍ଦୋନ୍ଦରି ଝିଅକୁ ନିଜ ଝିଅ କହି ଲାଳନ ପାଳନ କରୁଥିଲେ । ହେଲେ ସନ୍ତୋଷ ଓ ତାଙ୍କ ପତ୍ନୀ ଗାଁକୁ ଯାଇଥିବା ବେଳେ କିଛି ଦିନ ପରେ ଭୁବନେଶ୍ବର ନିଜ ଝିଅକୁ ଦେଖିବା ପାଇଁ ଫେରିଥିଲେ । ମାତ୍ର ଘର ମାଲିକ ଦେଖାଦେଇନଥିଲେ ।

ଛୁଆ ଆଉ ତୁମର ନୁହେଁ କହି ଫେରାଇ ଦେଇଥିଲେ‌ । ହେଲେ ବିନା ଘରର ଭଡାରେ ଘରେ ରଖିଥିବାରୁ ଛୁଆକୁ ତାଙ୍କର ଝିଅ କହି ତାଙ୍କୁ ଫେରାଇଦେଲେ । ଘର ଭଡା ଦେଇନଥିବାରୁ ଘର ମାଲିକ ଛୁଆକୁ ବନ୍ଧକ ରଖି ତାର କହୁଛନ୍ତି ଘର ମାଲିକ । ଯାହାକୁ ନେଇ ଘର ଭଡ଼ା ଦେବା ପାଇଁ ସାମର୍ଥ୍ୟ ନଥିବା ପରିବାର ଏବେ ଝିଅକୁ ଖୋଜି ପାଇବାକୁ ଚଲାଇଛନ୍ତି ଆପ୍ରାଣ ପ୍ରୟାସ । ପୋଲିସଠୁ ଆରମ୍ଭ କରି ଚାଇଲ୍ଡ ଲାଇନ ଚାରିଆଡେ ବୁଲି ବୁଲି ନେହୁରା ହେଉଛନ୍ତି ।

ଏପରିକି ମଞ୍ଚେଶ୍ବର ଥାନା ପୋଲିସ ଘର ମାଲିକକୁ ଛୁଆକୁ ଆଣିବାକୁ କହିବା ପରେ ଘର ମାଲିକ ଛୁଆକୁ ନେଇ ଫେରାର ହୋଇଛନ୍ତି । ଏନେଇ ଡିସିପିଙ୍କ ଦ୍ବାରସ୍ଥ ପରେ ଏବେ ପୋଲିସ ଓ ଚାଇଲ୍ଡ ଲାଇନ ଛୁଆକୁ ରେସ୍କ୍ୟୁ କରିବା ପାଇଁ ଆରମ୍ଭ କରିଛନ୍ତି ଅପରେସନ। ଏନେଇ ଦୁଇ ଦୁଇ ଥର ଦୁଇଟି ସ୍ଥାନରେ ପୋଲିସ ଓ ଚାଇଲ୍ଡ ଲାଇନ ରେଡ଼ କରିଥିବା ବେଳେ ଘର ମାଲିକ ଘର ତାଲା ପକାଇ ଛୁଆକୁ ନେଇ ଫେରାର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.