ETV Bharat / city

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା

ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରାୟ ୧୦ ଡିଗ୍ରୀ ତଳେ 9ଟି ସହରର ପାରଦ । ଅଧିକ ପଢନ୍ତୁ...

author img

By

Published : Feb 3, 2021, 2:00 PM IST

ଜାଡରେ ଥରୁଛି ଓଡିଶା
ଜାଡରେ ଥରୁଛି ଓଡିଶା

ଭୁବନେଶ୍ବର:ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଜାରି ରହିଛି ଶୀତ ଲହରି । ଥଣ୍ଡାରେ ଥରୁଛନ୍ତି ଲୋକେ । ପ୍ରାୟ 10 ଡିଗ୍ରୀ ତଳେ 9ଟି ସହରର ପାରଦ । ରିପୋର୍ଟ ଅନୁସାରେ 3.5 ଡିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ଜି.ଉଦୟଗିରିରେ 3.5ଡିଗ୍ରୀ ସେଲସିୟସ,ଫୁଲବାଣୀରେ 5 ଡ଼ିଗ୍ରୀ, ଝାରସୁଗୁଡା 9.2, ବଲାଙ୍ଗୀରରେ 9.4, କେନ୍ଦୁଝରରେ 9, ବୌଦ୍ଧ 9ଡିଗ୍ରୀ, ଦାରିଙ୍ଗବାଡି 7 ଡିଗ୍ରୀ , ଭବାନୀପାଟଣାରେ 9.2, ଓ କୋରାପୁଟରେ 9 ଡିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହିତ ଭୁବନେଶ୍ୱର ରେ 13.3 ଏବଂ କଟକରେ 12ଡ଼ିଗ୍ରୀ ରାତ୍ରିର ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଆହୁରି ୪ ରୁ ୫ ଦିନ ଯାଏଁ ରାଜ୍ୟରେ ଶୀତର ପ୍ରବାହ ଜାରି ରହିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.