ETV Bharat / city

Odisha Assembly: 15 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ବିଚାରାଧୀନ ଅଛି 1 ଲକ୍ଷ 28 ହଜାର 19ଟି ମାମଲା - ଓଡିଶା ବିଧାନସଭା ଖବର

ଓଡିଶାରେ 15 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା 1 ଲକ୍ଷ 28 ହଜାର 19ଟି ମାମଲା ବିଚାରଧୀନ ରହିଛି । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 30, 2022, 8:58 PM IST

ଭୁବନେଶ୍ବର: କଥାରେ ଅଛି ‘Justice delayed is justice denied’ । ଏହାର ଅର୍ଥ ହେଉଛି । ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ । ଏହାର ପ୍ରମାଣ ରାଜ୍ୟରେ ପଡିରହିଥିବା ମାମଲାରୁ ଜଣାପଡିବ । ଓଡିଶାରେ 15 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା 1 ଲକ୍ଷ 28 ହଜାର 19ଟି ମାମଲା ବିଚାରଧୀନ ରହିଛି ।

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଆଇନ ମନ୍ତ୍ରୀ କହିଛନ୍ତି, "ଉତ୍ତର ରାଜ୍ୟର ବିଭିନ୍ନ କୋର୍ଟରେ 18 ଲକ୍ଷ 79 ହଜାର 226ଟି ମାମଲା ବିଚାରଧୀନ ଅଛି । ସେଥିମଧ୍ୟରୁ 15 ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବିଚାରାଧୀନ ରହିଛି 1 ଲକ୍ଷ 28 ହଜାର 19ଟି ମାମଲା ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ ଅନୁମୋଦନ ପାଇବା ପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ମାମଲା ଗୁଡିକର ତୁରନ୍ତ ଫୈସଲା କରିବା ନିମନ୍ତେ ସମସ୍ତ ବ୍ଲକ ସ୍ତରରେ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ Civil Judge (Jr. Div)-cum-JMFC କୋର୍ଟ କରିବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି । ଏହା ସହ ମାମଲା ଗୁଡିକର ଓ ଫଇସଲା କରିବା ପାଇଁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.