ETV Bharat / city

ପହଞ୍ଚିଲା 1.5 ଲକ୍ଷ କୋଭାକ୍ସିନ ଟିକା, କିଣିଛନ୍ତି ରାଜ୍ୟ ସରକାର

author img

By

Published : Apr 30, 2021, 10:11 PM IST

Updated : Apr 30, 2021, 10:24 PM IST

ରାଜ୍ୟରେ ପହଞ୍ଚିଲା 1.5 ଲକ୍ଷ ଡୋଜ କୋଭାକ୍ସିନ ଟିକାର ପ୍ରଥମ କନସାଇନମେଣ୍ଟ । ମେ 3 ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟର ଟୀକାକରଣ । 18ରୁ 44 ବର୍ଷ ବୟସ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଅଧିକ ପଢ଼ନ୍ତୁ...

ରାଜ୍ୟରେ ପହଞ୍ଚିଲା 1.5 ଲକ୍ଷ ଡୋଜ କୋଭାକ୍ସିନ ଟିକା

ଭୁବନେଶ୍ବର: ରାଜ୍ୟରେ ପହଞ୍ଚିଲା 1.5 ଲକ୍ଷ ଡୋଜ କୋଭାକ୍ସିନ ଟିକାର ପ୍ରଥମ କନସାଇନମେଣ୍ଟ । ମେ 3 ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟର ଟୀକାକରଣ । 18ରୁ 44 ବର୍ଷ ବୟସ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । କେବଳ ରାଜଧାନୀ ଭୁବନେଶ୍ବରରେ କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ମେ 1 ତାରିଖରେ ତୃତୀୟ ପର୍ଯ୍ୟାୟର ଟୀକାକରଣକୁ ନେଇ ଡ୍ରାଏ ରନ୍ କରାଯିବ ।

  • Happy to share that tonight
    at 9 PM, Odisha has received 1.5 lakh doses of Covaxin Vaccine, as the first consignment of State's own procurement for vaccination of 18-44 years age-group. pic.twitter.com/sMyXNDTelT

    — H & FW Dept Odisha (@HFWOdisha) April 30, 2021 " class="align-text-top noRightClick twitterSection" data=" ">

ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଥିବାରୁ 3 ତାରିଖ (ସୋମବାର) ଟୀକାକରଣ କରାଯିବ। ଟୀକାକରଣ କୋୱିନିରେ ପଞ୍ଜୀକରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଟୋକନ ଦିଆଯିବ। ଏହି ଟୋକନ ଅନୁଯାୟୀ ଟୀକାକରଣ ହେବ। ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

  • This vaccine will be used in @bmcbbsr limits for which slots will be opened on COWIN for sessions to be held from Monday, 3rd May onwards.

ରାଜ୍ୟରେ ହୁହୁ ହୋଇ କୋରୋନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଟିକା ଆସିବା ନଆସିବା ନେଇ ରାଜ୍ୟବାସୀଙ୍କ ମନରେ ଆଶଙ୍କା ରହିଥିଲା। ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପ୍ରଥମ କନସାଇନମେଣ୍ଟ ପହଞ୍ଚିବା ପରେ ରାଜ୍ୟବାସୀ ଟିକିଏ ଆଶ୍ବସ୍ତି ପାଇବେ ବୋଲ ଆଶା କରାଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 30, 2021, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.