ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କୋଟିଏ ଟଙ୍କା ଦେଲା MGM ଗୃପ । ସମସ୍ତଙ୍କ ଲାଗି ମାଗଣା ଟୀକାକରଣ ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ଖର୍ଚ୍ଚ ହେବ ପ୍ରାୟ 2 ହଜାର କୋଟି ଟଙ୍କା । ତେବେ ଏହି ସମୂହ ଟୀକାକରଣ ଲାଗି ସହାୟତାର ହାତ ବଢ଼େଇଛନ୍ତି ଅନେକ ଶିଳ୍ପାନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନେକ ପ୍ରଦାନ କରିଛନ୍ତି ସହାୟତା ରାଶି । ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କୋଟିଏ ଟଙ୍କା ପ୍ରଦାନ କରିଛନ୍ତି MGM ଗୃପ । ସଂସ୍ଥାର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଓ ନିର୍ଦ୍ଦେଶକ ସରୋଜ ରାୟ କୋଟିଏ ଟଙ୍କାର ଚେକ ପ୍ରଦାନ ଚେକ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଚେକ ଗ୍ରହଣ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ