ଭଦ୍ରକ: ପରିବହ ମନ୍ତ୍ରୀଙ୍କ ପରେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିଲେ ପର୍ଯଟନମନ୍ତ୍ରୀ । ରାଣିତାଲରେ ଏକ ପୋଲ ନିର୍ମାଣ ନେଇ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ରାଣୀତାଲରେ ପୋଲ ନିର୍ମାଣ ଦାବୀ ନେଇ ଡିସେମ୍ବର ୨୪ ତାରିଖରୁ ରାଣୀତାଲ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମକୁ ସେଠାରେ ମଧ୍ୟ ଆନ୍ଦୋଳନକାରୀ ବନ୍ଦ ରଖିଛନ୍ତି । ହେଲେ ଜିଲ୍ଲାପ୍ରଶାସନ କି ଜାତୀୟ ରାଜପଥ କର୍ତ୍ତୁପକ୍ଷ କେହି ବି ଆଲୋଚନାକୁ ଆସୁନଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତି ନେଇଥିଲେ ଆନ୍ଦୋଳନକାରୀ ।
ଏନେଇ ଖବର ପାଇ ସ୍ଥାନୀୟ ସିମୁଳିଆ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ