ETV Bharat / city

ବିଭିନ୍ନ ଦାବି ନେଇ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ ଜଣାଇଲେ ଫାର୍ମାସିଷ୍ଟ - Health centre

କୋରୋନା ସମୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଉଚିତ୍ ପ୍ରାପ୍ୟ କୋଭିଡ ଯୋଦ୍ଧା ଘୋଷଣା ଦାବିରେ କଳାବ୍ୟାଚ୍ ପିନ୍ଧି ଜଣାଇଲେ ପ୍ରତିବାଦ । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ କଳା ବ୍ଯାଚ ପିନ୍ଧି ଫାର୍ମାସିଷ୍ଟ ଜଣାଇଲେ ପ୍ରତିବାଦ

author img

By

Published : Jun 20, 2021, 6:15 AM IST

ଭଦ୍ରକ: ବିଭିନ୍ନ ଦାବି ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ମାନେ କଳା ବ୍ଯାଚ ପିନ୍ଧିଥିବା ଜଣାପଡିଛି । ରାଜ୍ୟ ଫାର୍ମାସିଷ୍ଟ ସେବାସଙ୍ଘର ନିଷ୍ପତ୍ତି କ୍ରମେ ଫାର୍ମାସିଷ୍ଟ ମାନେ ସମୂହ ପ୍ରତିବାଦରେ ସାମିଲ ହୋଇଛନ୍ତି । ରାଜ୍ୟରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କର ଦରମା ଅସଙ୍ଗତି, ପଦନ୍ନତି, ଅତ୍ଯଧିକ କାର୍ଯ୍ୟ, ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦେବା, କୋଭିଡ ଯୋଦ୍ଧା ଘୋଷଣା ପରି ଦାବିକରି ଫାର୍ମାସିଷ୍ଟ ମାନେ ସମୁହ କଳା ବ୍ଯାଚ୍ ପିନ୍ଧି ଜିଲ୍ଲାର ବିଭିନ୍ନ ଡାକ୍ତର ଖାନାରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସେମାନଙ୍କ ସମସ୍ୟା ଏବଂ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ବାରମ୍ବାର ଦାବି କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ଉଦାସୀନ ରହିବା ଅଭିଯୋଗ ଆଣି ଫାର୍ମାସିଷ୍ଟ ସଙ୍ଘ ଏପରି ନିଆରା ଢଙ୍ଗରେ ନିରବ ପ୍ରତିବାଦ ଜାରି ରଖିଛନ୍ତି ।

ବିଭିନ୍ନ ଦାବି ନେଇ କଳା ବ୍ଯାଚ ପିନ୍ଧି ଫାର୍ମାସିଷ୍ଟ ଜଣାଇଲେ ପ୍ରତିବାଦ

ବର୍ତ୍ତମାନ ମହାମାରୀ କରନାର ଉଗ୍ରରୂପକୁ ନଜରରେ ରଖି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ନ ଆପଣେଇ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଂଘ ନିଷ୍ପତ୍ତି ନେଇ କେବଳ କଳା ବ୍ଯାଚ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି । ରାଜ୍ୟ ସରକାର କାର୍ଯରତ ଫାର୍ମାସିଷ୍ଟ ମାନଙ୍କର ଦାବିକୁ ଉପଯୁକ୍ତ ନ୍ଯାୟ ବିଚାର ଦେଉନାହାନ୍ତି ବୋଲି ସେମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଯଦି ରାଜ୍ୟ ସରକାର ଆଜି ସୁଦ୍ଧା କୌଣସି ଉପଯୁକ୍ତ ବିଚାର ନ ନିଅନ୍ତି ତାହାହେଲେ ରାଜ୍ୟ ଫାର୍ମାସିଷ୍ଟ ସଙ୍ଘର ନିଷ୍ପତ୍ତି କଠୋର ହେବବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.