ETV Bharat / city

କୋଭିଡ ଯୋଦ୍ଧା ଘୋଷଣା ଦାବିରେ ପ୍ରଶାସନିକ ଅଧିକାରୀଙ୍କୁ ଡ୍ରାଇଭର ମହାସଂଘର ଦାବିପତ୍ର

author img

By

Published : Aug 3, 2021, 5:42 PM IST

ଦୀର୍ଘ ଦିନ ଧରି କୋଭିଡ ପରିଚାଳନା ଠାରୁ ଆରମ୍ଭ କରି କୋରୋନା ରୋଗୀଙ୍କୁ ନିଜ ଜୀବନକୁ ବାଜି ଲଗାଇ ହସ୍ପିଟାଲରେ ପହଞ୍ଚାଇବାରେ ଗାଡିଚାଳକ ମାନେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରି ଆସୁଥିଲେ ସୁଦ୍ଧା ଏବେବି ଟୀକାକରଣ ସମେତ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧା ଘୋଷଣା ଦାବିରେ ପ୍ରଶାସନିକ ଅଧିକାରୀଙ୍କୁ ଡ୍ରାଇଭର ମହାସଂଘର ଦାବିପତ୍ର
କୋଭିଡ ଯୋଦ୍ଧା ଘୋଷଣା ଦାବିରେ ପ୍ରଶାସନିକ ଅଧିକାରୀଙ୍କୁ ଡ୍ରାଇଭର ମହାସଂଘର ଦାବିପତ୍ର

ଭଦ୍ରକ: କୋରୋନା ଯୋଦ୍ଧା ଘୋଷଣା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଙ୍ଘ । ଏନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ବଜାରରୁ ଏକ ପଦଯାତ୍ରାରେ ବାହାରି ଚାନ୍ଦବାଲି ସହରରେ ପହଁଞ୍ଚି ତହସିଲଦାର, ବିଡ଼ିଓ ଏବଂ ଚାନ୍ଦବାଲି ଥାନାଧିକାରୀଙ୍କୁ ଭେଟି ଚାନ୍ଦବାଲିର ସମସ୍ତ ଡ୍ରାଇଭର ମାନଙ୍କୁ କୋଭିଡ ଯୋଦ୍ଧା ସହ ଅଫ ଲାଇନରେ ସ୍ବତନ୍ତ୍ର ଭାବେ କୋରୋନା ଟିକା ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେପଟେ କୋରୋନା ମହାମାରୀ ସମୟରେ ଡ୍ରାଇଭର ମାନେ କୋଭିଡ ମେଡ଼ିସିନ ଠାରୁ ଆରମ୍ଭ କରି ରୋଗୀ ସେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସହଯୋଗ କରି ଆସିଥିଲେ ମଧ୍ୟ ସରକାର ସେମାନଙ୍କୁ ଅଣଦେଖା କରିବା ସହ ସେମାନଙ୍କୁ କୋରୋନା ଯୋଦ୍ଧାରେ ସାମିଲ କରି ନାହାଁନ୍ତି ।

ତେବେ ସରକାର ଡ୍ରାଇଭର ମାନଙ୍କୁ ଯଥାଶୀଘ୍ର କୋରୋନା ଯୋଦ୍ଧା ଭାବେ ସାମିଲ କରିବା ସହ ସେମାନଙ୍କୁ ଅଫଲାଇନ ମାଧ୍ୟମରେ କୋଭିଡ ଟୀକାକରଣ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.