ଭୁବନେଶ୍ବର: ଚଳିତ ଜୁଲାଇ ମାସରେ ହୁ ହୁ ହୋଇ ରାଜ୍ୟରେ ବଢି ଚାଲିଛି କୋରୋନା ସଂକ୍ରମଣ । ପ୍ରତିଦିନ ଦ୍ରୁତଗତିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଅଧିକ ପ୍ରଭାବିତ 4 ଜିଲ୍ଲା (କଟକ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର) ସମେତ ରାଉରକେଲା ମ୍ୟୁନିସିପାଲଟିରେ 14 ଦିନିଆ ଲକଡଆଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନ ସମୟରେ କଣ ଖୋଲିବ, କଣ ବନ୍ଦ ରହିବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶିନର ।
4 ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ ଘୋଷଣା କରାଯାଇଛି । ଆଜି (ଶୁକ୍ରବାର) ରାତି 9ଟାରୁ ଜୁଲାଇ 31 ପର୍ଯ୍ୟନ୍ତ ଲକଡାଉନ ନିୟମକୁ କଡାକଡି କରାଯିବ । ଏହି ସମୟରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ସରକାରୀ, ବେଶରକାରୀ ଅଫିସ ବନ୍ଦ ରହିବ । ତେବେ ଜରୁରୀକାଳିନ ସେବା ଯୋଗାଉଥିବା ଟେଲିକମ ସଂସ୍ଥା, ମେଡିସିନ ଷ୍ଟୋର, , ଆମ୍ବୁଲାନ୍ସ,ସ୍ବାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ସେବା ଏଲପିଜି ଗ୍ୟାସ ଖୋଲା ରହିବ ।
ଲକଡାଉନରେ ଫଳ, ମାଛ, ମାଂସ, ଅଣ୍ଡା ଦୋକାନ, ପ୍ରତିଦିନ ସକାଳ ୬ ଟାରୁ ଦିନ ୧ଟା ଯାଏ ଖୋଲିପାରିବ । ଏହି ସମୟରେ ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ଆଇଟି କାର୍ଯ୍ୟାଳୟ, କିମ୍ବା ସଂସ୍ଥା ଗୁଡିକ ନିଜର 25 ପ୍ରତିଶତ କର୍ମଚାରୂୀଙ୍କୁ ନେଇ କାମ କରିପାରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ