ETV Bharat / city

50 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ବାଇକ ସମେତ ଜଣେ ଅଟକ - officer-in-charge of the police station

ଭଦ୍ରକରେ ବେଧଡକ ଚାଲିଛି ନିଶା କାରବାର । ଘଟଣାସ୍ଥଳରୁ 512 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

50 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ବାଇକ ସମେତ ଜଣକୁ ଅଟକ ରଖିଛି ପୋଲିସ

author img

By

Published : Jun 25, 2021, 4:50 PM IST

Updated : Jun 26, 2021, 10:29 AM IST

ଭଦ୍ରକ: ଗ୍ରାମାଞ୍ଚଳ ଥାନା ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । 512 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଭଦ୍ରକ ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଭ ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଗଠିତ ଏକ ସ୍ଵତନ୍ତ୍ର ଟିମ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ତଲାସି କରିଥିଲେ ।

50 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ବାଇକ ସମେତ ଜଣକୁ ଅଟକ ରଖିଛି ପୋଲିସ

ପୋଲିସର ଚଢାଉ ସମୟରେ ସନ୍ଦିଗ୍ଧ ଯୁବକଙ୍କ ନିକଟରୁ 512 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଯୁବକଙ୍କୁ ନେଇ ତଲାସି ଆରମ୍ଭ କରିଛି । ତେବେ ଏହି ବ୍ରାଉନ ସୁଗାର ଜଳେଶ୍ଵରରୁ ଆସୁଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇଥିବା କହିଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ।

ଏଥିସହ ନିଶା କାରବାର ଦମନ କରିବା ପାଇଁ ଭଦ୍ରକ ପୁଲିସ ପକ୍ଷରୁ ନିରବଛିନ୍ନ ଭାବରେ ପଦେକ୍ଷପ ଗ୍ରହଣ କରାଯାଉଥିବା ନେଇ ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 26, 2021, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.