ETV Bharat / city

ମେମୁ ଟ୍ରେନ ସମ୍ପ୍ରସାରଣକୁ ବିରୋଧ କରି ଭଦ୍ରକରେ ରେଳ ରୋକ - ଭଦ୍ରକରେ ରେଳ ରୋକ

ଭଦ୍ରକ ମେମୁ ଟ୍ରେନ ଚଳାଚଳ ସମ୍ପ୍ରସାରଣକୁ ବିରୋଧ । ବିଧାୟକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ମେମୁ ଟ୍ରେନ ସମ୍ପ୍ରସାରଣକୁ ବିରୋଧ କରି ଭଦ୍ରକରେ ରେଳ ରୋକ

author img

By

Published : Jun 7, 2022, 9:26 PM IST

ଭଦ୍ରକ: ମେମୁ ଟ୍ରେନ ଚଳାଚଳ ସମ୍ପ୍ରସାରଣକୁ ବିରୋଧ । ଟ୍ରେନ ଅଟକାଇ ପ୍ରତିବାଦ କଲେ ଯାତ୍ରୀଙ୍କ ସମେତ ଭଦ୍ରକ ବାସିନ୍ଦା । ମେମୁ ଟ୍ରେନ ଚଳାଚଳକୁ ସମ୍ପ୍ରସାରଣ କରାଯାଇ ବାଲେଶ୍ବରକୁ ନିଆଯାଇଥିବାରୁ ଏହାକୁ ବିରୋଧ କରାଯାଉଥିବା ସୂଚନା ମିଳିଛି ।

ମେମୁ ଟ୍ରେନ ସମ୍ପ୍ରସାରଣକୁ ବିରୋଧ କରି ଭଦ୍ରକରେ ରେଳ ରୋକ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ଠାରେ ଡିଏମୟୁ ବା ମେମୁ ଟ୍ରେନ 1997 ମସିହାରୁ ଭଦ୍ରକରୁ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ଗତ ଜାନୁୟାରୀ ମାସ 6 ତାରିଖରୁ ଏହି ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିତ କରାଯାଇଛି । ଟ୍ରେନର ଗତିପଥ ସମ୍ପ୍ରସାରଣ ଯୋଗୁଁ ଅନ୍ୟ ଜିଲ୍ଲାକୁ କାମ ପାଇଁ ଯାଉଥିବା ଶ୍ରମିକମାନେ ବହୁ ହଇରାଣର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ତେବେ ଏହି ଟ୍ରେନର ସମ୍ପ୍ରସାରଣକୁ ବିରୋଧ କରି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜିଲ୍ଲାବାସୀ ଆନ୍ଦୋଳନ କରିଛନ୍ତି । ଯେ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ସ୍ୱତନ୍ତ୍ର ଲୋକାଲ ଟ୍ରେନ ଦିଆନଯାଇଛି ସେ ପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲାବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.