ETV Bharat / city

ଭଦ୍ରକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଯୋଗଦେଲେ ସାଂସଦ ସପ୍ତଗିରି ଉଲାକା - ଭଦ୍ରକ ଜିଲ୍ଲା ଖବର

ଭଦ୍ରକ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ ଦଳୀୟ ସାଂସଦ ସପ୍ତଗିରି ଉଲାକା । ଜିଲ୍ଲାର ବିଭିନ୍ନ ଦାବି ନେଇ ପ୍ରଶାସନକୁ ମାଗିଲେ ଉତ୍ତର । ଅଧିକ ପଢନ୍ତୁ...

ଭଦ୍ରକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ , ଯୋଗଦେଲେ ଦଳୀୟ ସାଂସଦ ସପ୍ତଗିରି ଉଲାକା

author img

By

Published : Sep 7, 2021, 6:51 AM IST

ଭଦ୍ରକ: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସହ ଜିଲ୍ଲାରେ ବିଭିନ୍ନ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ତଥା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଯୋଗ ଦେଇ ଭଦ୍ରକର ବିଭିନ୍ନ ସମସ୍ୟାକୁ ନେଇ ଜନପ୍ରତିନିଧିଙ୍କୁ ଜବାବ ମାଗିବା ସହ ବିଭିନ୍ନ ଦାବି ଉପସ୍ଥାପନା କରିଛନ୍ତି ।

ଭଦ୍ରକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ , ଯୋଗଦେଲେ ଦଳୀୟ ସାଂସଦ ସପ୍ତଗିରି ଉଲାକାଭଦ୍ରକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ , ଯୋଗଦେଲେ ଦଳୀୟ ସାଂସଦ ସପ୍ତଗିରି ଉଲାକା

ଦୀର୍ଘ ଦିନ ଧରି ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡି ଥିବାବେଳେ ମେଡିକାଲ କଲେଜ ସ୍ଥାପନ କରିବା, ଭଦ୍ରକ ସ୍ବଂୟ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା , ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ମରୁଡି ଘୋଷଣା, ସାରର କଳାବଜାରୀ ରୋକିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପରି ଏକାଧିକ ଦାବି କରିଛନ୍ତି ସାଂସଦ ଉଲ୍ଲାକା ।

ଯଦି ଏହି ସବୁ ଦାବି ପ୍ରତି ଜନପ୍ରତିନିଧିମାନେ ଦୃଷ୍ଟି ନ ଦିଅନ୍ତି, କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଦଳ ଯିବ ବୋଲି ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.