ETV Bharat / city

କୋରୋନା ପାଇଁ ଜୀବନ-ଜୀବିକା ଦୋଛକିରେ ଲଣ୍ଡ୍ରୀ ବ୍ୟବସାୟୀ

କୋରୋନା କାଳରେ ସବୁ ଆଡେ ରୋଜଗାରର ମାଧ୍ୟମ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ମହାମାରୀର କବଳରୁ କେହି ମୁକ୍ତ ହୋଇପାରୁନଥିବାବେଳେ ଜୀବିକା ବେଶ ପ୍ରଭାବିତ ହୋଇଛି । ଲଣ୍ଡ୍ରି ବ୍ୟବସାୟ ସହ ରଜକ (ଧୋବା) ମାନଙ୍କ କୌଳିକ ବୃତ୍ତି କ୍ଷେତ୍ରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

କୋରୋନା ପାଇଁ ଜୀବନ ଓ ଜୀବିକା ଦୋଛକିରେ ଲଣ୍ଡ୍ରୀ ବ୍ୟବସାୟୀ

author img

By

Published : Jul 18, 2020, 2:20 PM IST

ଭଦ୍ରକ: କୋରୋନା କାଳରେ ସବୁ ଆଡେ ରୋଜଗାରର ମାଧ୍ୟମ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ମହାମାରୀର କବଳରୁ କେହି ମୁକ୍ତ ହୋଇପାରୁନଥିବା ବେଳେ ଜୀବିକା ବେଶ ପ୍ରଭାବିତ ହୋଇଛି । ଲଣ୍ଡ୍ରି ବ୍ୟବସାୟ ସହ ରଜକ (ଧୋବା) ମାନଙ୍କ କୌଳିକ ବୃତ୍ତି କ୍ଷେତ୍ରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଫଳରେ କେତେ ଜଣ ବୃତ୍ତି ପରିବର୍ତ୍ତନ କରିଥିବାବେଳେ ଅନ୍ୟ ମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଜୀବିକାକୁ ନେଇ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଏହି ବୃତ୍ତି ।

କୋରୋନା ପାଇଁ ଜୀବନ ଓ ଜୀବିକା ଦୋଛକିରେ ଲଣ୍ଡ୍ରୀ ବ୍ୟବସାୟୀ

ମହାମାରୀକୁ ପ୍ରତିହତ ପାଇଁ ଅନେକ ଚେଷ୍ଟା ପ୍ରେଚଷ୍ଟା । ଲକଡାଉନ, ସଟଡାଉନ ସହ କଟକଣା ଯୋଗୁଁ ଏବେ ସବୁ ଠପ୍ । ଏହାର ଘୋର ପ୍ରଭାବ ଦେଖାଦେଇଛି ଭଦ୍ରକରେ ଥିବା 30ରୁ ଅଧିକ ଲଣ୍ଡ୍ରି ବ୍ୟବସାୟୀଙ୍କ ଉପରେ। ଆଧୁନିକ ଶୈଳୀରେ ମେସିନ ମାଧ୍ୟମରେ ଲୁଗା ଇସ୍ତ୍ରୀ କରି ସେବା ଯୋଗାଇ ଦେବା ସହ ଭଲ ଦି-ପଇସା ରୋଜଗାର କରନ୍ତି। ହେଲେ ଏବେ କୋରୋନାର କାୟା ସବୁ କିଛି ଓଲଟପାଲଟ କରିଦେଇଛି । କାଁ ଭାଁ ଦୋକାନ ଖୋଲା ଥିଲେ ବି ଲୋକମାନେ ଭୟରେ ଲଣ୍ଡ୍ରି ରେ ସଫା କରିବା ପାଇଁ ଦେଉନଥିବା କହିଛନ୍ତି ବ୍ୟବସାୟୀ । ଯାହା ଫଳରେ ରୋଜଗାର ହରାଇବା ଶଙ୍କାରେ ବ୍ୟବସାୟୀ।

ଅନ୍ୟପକ୍ଷରେ ରଜକ ବା ଧୋବା ମାନଙ୍କ କୌଳିକ ବୃତ୍ତି କ୍ଷେତ୍ରରେ କୋରୋନା କାଳର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଧୋବା ଘାଟ ଏବେ ପୁରା ଖାଁ ଖାଁ। ସଂକ୍ରମଣ ଭୟରେ ଆତଙ୍କିତ ହୋଇ ଲୋକମାନେ ପୂର୍ବପରି ସେମାନଙ୍କ ବସ୍ତ୍ର ସଫା କରିବା ପାଇଁ ଧୋବା ମାନଙ୍କୁ ଆଉ ଦେଉନାହାଁନ୍ତି। ସେପଟେ ସହରରେ ଥିବା ପ୍ରାୟ 15 ରୁ 20 ଟି ଛୋଟ ବଡ ହୋଟେଲ ଓ ଲଜ ବି ରହିଛି । ଯେଉଁଠୁ ପୂର୍ବରୁ ନିତିଦିନ ଲୁଗା ସଫା କରିବାକୁ ଦିଆଯାଉଥିଲା । ଏବେ କିନ୍ତୁ ସେତକ ବି ସବୁ ବନ୍ଦ । ତେବେ ଅତି ଆବଶ୍ୟକ ସ୍ଥଳେ କିଛି ଲୋକ ବସ୍ତ୍ର ସଫା କରିବା ପାଇଁ ଦେଉଥିବା ଦେଖିବାକୁ ମିଳିଛି। ତେଣୁ ଜୀବନ ଓ ଜୀବିକାର ଦୋଛକିରେ ଏବେ ଧୋବା । ତେବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଦୁର୍ଦ୍ଦିନରେ କାଳାତିପାତ କରୁଥିବା ରଜକ ।

କେବେ କୋରୋନା କବଳରୁ ମୁକ୍ତ ହୋଇ ସବୁ କିଛି ସାମାନ୍ୟ ହେବ ତାକୁ ନେଇ ଚିନ୍ତାରେ ଲଣ୍ଡ୍ରି ବ୍ୟବସାୟୀ ଓ ଧୋବା । ଅଣ୍ଟା ସଳଖି ଛିଡା ହେବାକୁ ବହୁତ ସମୟ ଲାଗିବା ସହ ସରକାରଙ୍କ ସହାୟତାକୁ ଅନାଇ ବସିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.