ETV Bharat / city

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା, ଓଜନରେ ଠକେଇ ନେଇ ଖାଉଟିଙ୍କ ଅଭିଯୋଗ - beneficiary allegation

ପିଡିଏସ ଚାଉଳ ବଣ୍ଟନରେ ଓଜନରେ ଠକେଇ ଅଭିଯୋଗ । ଓଜନ କଣ୍ଟାକୁ ବଦଳାଇବା ସହିତ ଯେଉଁ ହିତାଧିକାରୀ ମାନେ ଓଜନରେ କମ ପାଇଛନ୍ତି ତାଙ୍କୁ ବଳକା ଚାଉଳ ପ୍ରଦାନ କରିବା ଲାଗି ପଞ୍ଚାୟତ ପ୍ରଶାସନର ପରାମର୍ଶ । ଅଧିକ ପଢନ୍ତୁ...

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା: ଓଜନରେ ଠକେଇ ନେଇ ଖାଉଟିଙ୍କ ଅଭିଯୋଗ

author img

By

Published : Jun 27, 2021, 10:14 PM IST

ଭଦ୍ରକ: ପିଡିଏସ ଚାଉଳ ବଣ୍ଟନରେ ଦେଖାଦେଇଛି ଅନିୟମିତତା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଅଚକ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଓଜନରେ ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଖୋଦ୍ ପଞ୍ଚାୟତ ପ୍ରଶାସନ ଏହି ପିଡିଏସ ବଣ୍ଟନ ଦାୟିତ୍ବରେ ଥିବାବେଳେ ଏପରି ଠକେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କୋରୋନା ମହାମାରୀ ସମୟରେ ହିତାଧିକାରୀଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାଗଣାରେ ପିଡିଏସ ଚାଉଳ ବଣ୍ଟନ କରାଯାଉଛି ।

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା: ଓଜନରେ ଠକେଇ ନେଇ ଖାଉଟିଙ୍କ ଅଭିଯୋଗ

ହେଲେ ଓଜନରେ ଠକେଇ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ 50 କିଲୋଗ୍ରାମ ଚାଉଳ ନେବା ପରେ ତାକୁ ଅଲଗା କଣ୍ଟାରେ ଓଜନ କରିବାରୁ ସେଥିରେ ଦୁଇରୁ ତିନି କିଲୋଗ୍ରାମ ଓଜନରେ କମ ହେଉଥିବାର ଜଣା ପଡିଥିଲା । ଏପରିକି ପିଡିଏସ ଚାଉଳ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସମ୍ମୁଖରେ ମଧ୍ଯ ତାହା ପ୍ରମାଣିତ କରା ଯାଇଥିବା ଜଣାପଡିଛି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପରେ ଓଜନ କଣ୍ଟାକୁ ବଦଳାଇବା ସହିତ ଯେଉଁମାନେ ଓଜନରେ କମ ପାଇଛନ୍ତି ତାଙ୍କୁ ବଳକା ଚାଉଳ ପ୍ରଦାନ କରିବା ଲାଗି ପଞ୍ଚାୟତ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ତଥାପି ହିତାଧିକାରୀ ମାନେ ଉତକ୍ଷିପ୍ତ ହେବା ସହିତ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବା ଲାଗି ଦାବି କରିଛନ୍ତି । ତେବେ ଏନେଇ ପଞ୍ଚାୟତ ପ୍ରଶାସନ କି ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.